ରୋଚକ ହେଉଛି ବିହାର ନିର୍ବାଚନ । କେତେବେଳେ ମହାଗଠବନ୍ଧନ ଆଗରେ ତୁ ପୁଣି କେତେବେଳେ ମ୍ୟାଜିକ ନମ୍ବର ହାସଲ କରୁଛି ଏନଡିଏ । କିଏ ଗଢିବ ବିହାରରେ ସରକାର, ଏବେ ବି ସସପେନ୍ସରେ ଭୋଟର ।

174

କନକ ବ୍ୟୁରୋ : ରୋଚକ ହେଉଛି ବିହାର ନିର୍ବାଚନ । କେତେବେଳେ ମହାଗଠବନ୍ଧନ ବଢୁଛି ତ ପୁଣି କେତେବେଳେ ମ୍ୟାଜିକ ନମ୍ବର ଠାରୁ ଦୂରେଇ ଯାଉଛି । ଟ୍ରେଣ୍ଡ ଅନୁଯାୟୀ, ଏବେ ମହାଗଠବନ୍ଧନକୁ ପଛରେ ପକାଇ ପୁଣିଥରେ କ୍ଷମତା ଦୌଡରେ ଆଗରେ ଅଛି ଜେଡିୟୁ ନେତୃତ୍ୱାଧୀନ ଏନଡିଏ । ଆଉ ଏହାସହ ପ୍ରତି ରାଉଣ୍ଡରେ ବଦଳୁଛି ବିହାର ରାଜନୀତିର ସମୀକରଣ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ଆଗରେ ଥିବା ବେଳେ ଏବେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗରେ ପହଞ୍ଚିଛି ଏନଡିଏ ।

୨୪୩ ଆସନରୁ ୨୪୨ ଆସନର ଟ୍ରେଣ୍ଡ ଆସିଥିବା ବେଳେ ଜେଡିୟୁ ନେତୃତ୍ୱାଧୀନ ଏନଡିଏ ୧୨୭ ଆସନରେ ଆଗରେ ଥିବାବେଳେ ମହାଗଠବନ୍ଧନ ୯୮ ଆସନରେ ଆଗୁଆ ରହିଛି । ଏହାସହ ଏଗଜିଟ୍ ପୋଲରେ ଆସିଥିବା ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରୁଛି ଏକଜାଟ୍ ପୋଲ । ସମୟ ଯେତିକି ବଢୁଛି, ମହାଗଠବନ୍ଧନ ସେତିକି ପଛକୁ ଖସୁଛି, ଅନ୍ୟପଟେ ଏନଡିଏ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ପୁଣିଥରେ ଶାସନ ଗାଦି ଆଡକୁ ଆଗକୁ ବଢୁଛି । ନୀତିଶଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହେଉଥିବା ବେଳେ ତେଜସ୍ୱୀଙ୍କ ସ୍ୱପ୍ନ ପୂରା ହେବା ଏବେ ସସପେନ୍ସରେ ରହିଛି । ତେଣୁ ଶେଷ ଫଳାଫଳ ନ ଆସିବା ପର୍ଯ୍ୟନ୍ତ ବିହାରରେ କିଏ ସରକାର ଗଢିବ ତାହାର ଅନ୍ଦାଜ ଲଗାଇବା ଏବେ ରାଜନୈତିକ ବିଶ୍ଲେଷକଙ୍କ ପାଇଁ ମୁସ୍କିଲ ହୋଇପଡିଛି ।