କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ଗୋଟିଏ ବର୍ଷ ବାକି ଥିବା ବେଳେ ଏବେଠାରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସରକାରରେ ଥିବା ଏନଡିଏ ଓ ବିରୋଧୀଦଳମାନେ ସେମାନଙ୍କ ଗୋଷ୍ଠୀକୁ କିଳଭି ମଜବୁତ କରିବେ ତାହା ଉପରେ କାମ ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ୨୬ ଟି ବିଜେପି ବିରୋଧୀ ଦଳ ବେଙ୍ଗାଲୁରୁରେ ଏକଜୁଟ ହୋଇଥିବା ବେଳେ ୩୮ ଟି ଦଳକୁ ନେଇ ଏନଡିଏ ବୈଠକ ଆଜିଠାରୁ ଆରମ୍ଭ ହୋଇଛି । ବିରୋଧୀଦଳଙ୍କ ବୈଠକର ପ୍ରଥମ ଦିନରେ ସୋନିଆ ଗାନ୍ଧୀ, ମମତା ବାନାର୍ଜୀ, ମଲ୍ଲିକାର୍ଜୁନ ଖଡଗେ, ଲାଲୁ ପ୍ରସାଦ ଯାଦବ, ନୀତିଶ କୁମାର, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେଙ୍କ ଭଳି ତମାମ ବିରୋଧୀଦଳ ନେତା ଯୋଗ ଦେଇଥିବା ବେଳେ ଆଜି ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀଙ୍କ ବୈଠକରେ ଯୋଗ ଦେବେ ।

Advertisment

ସେପଟେ ବିରୋଧୀ ଏକଜୁଟତାକୁ ନଜରରେ ପୁଣିଥରେ ଏନଡିଏକୁ ଆକ୍ଟିଭ କରିବାକୁ ଚେଷ୍ଟା କରିଛି ବିଜେପି । ଏହି କ୍ରମରେ ଏନଡିଏରୁ ବାହାରି ଯାଇଥିବା କିଛି ଦଳ ଓ ଛୋଟ ଛୋଟ ଆଞ୍ଚଳିକଦଳମାନଙ୍କୁ ମିଶାଇ ଏନଡିଏ ବୈଠକରେ ୩୮ ଟି ରାଜନୈତିକ ଦଳ ସାମିଲ ହୋଇଥିବା କୁହାଯାଉଛି । ଏହି ବୈଠକରେ ଯୋଗ ଦେଇଥିବା ଦଳମାନେ ହେଲେ ....

  • ଭାରତୀୟ ଜନତା ପାର୍ଟି
  • ଏଆଇଏଡିଏମକେ
  • ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)
  • ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି ମେଘାଳୟ)
  • ଏନଡିପିପି (ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି)
  • ଏସକେଏମ (ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା)
  • ଜେଜେପି (ଜନନାୟକ ଜନତା ପାର୍ଟି)
  • ଆଇଏମକେଏମକେ (ଇଣ୍ଡିଆ ମକଲ କଲଭି ମୁନେତ୍ରା କଝଗମ)
  • ଏଜେଏସୟୁ (ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ)
  • ଆରପିଆଇ (ରିପବ୍ଲିକ ପାର୍ଟି ଅଫ୍ ଇଣ୍ଡିଆ)
  • ଏମଏନଏଫ (ମିଜୋ ନ୍ୟାସନାଲ ଫ୍ରଣ୍ଟ)
  • ତାମିଲ ମାନିଲା କଂଗ୍ରେସ
  • ଆଇପିଏଫଟି (ତ୍ରିପୁରା)
  • ବିପିପି (ବୋଡୋ ପିପୁଲ୍ସ ପାର୍ଟି)
  • ପିଏମକେ (ପଟାଲି ମକ୍କଲ କଚି)
  • ଏମଜିପି (ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି)
  • ଆପନା ଦଳ
  • ଏଜିପି (ଆସାମ ଗଣପରିଷଦ)
  • ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି
  • ନିଶାଦ ପାର୍ଟି
  • ୟୁପିପିଏଲ (ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ଆସାମ)
  • ଏଆଇଆରଏନସି (ଅଲ ଇଣ୍ଡିଆ ଏନଆର କଂଗ୍ରେସ ପୁଡୁଚେରୀ)
  • ଶିରୋମଣୀ ଅକାଳୀ ଦଳ
  • ଜନସେନା
  • ଏନସିପି (ଅଜିତ ପାୱାର ଗୋଷ୍ଠୀ)
  • ଲୋକ ଜନଶକ୍ତି ପାର୍ଟି
  • ଏଚଏଏମ (ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା)
  • ଆରଏଲଏସପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି)
  • ଏସବିଏସପି (ସୋହେଲ ଦେବ ଭାରତୀୟ ସମାଜ ପାର୍ଟି)
  • ବିଡିଜେଏସ୍
  • କେରଳ କଂଗ୍ରେସ
  • ଜିଏନଏଲଏଫ (ଗୋର୍ଖା ନ୍ୟାସନାଲ ଲିବରେସନ ପ୍ରଣ୍ଟ)
  • ଜନାଧିପତି ରାଷ୍ଟ୍ରୀୟ ସଭା
  • ଏନପିଏଫ୍ (ନାଗା ପିପୁଲ୍ସ ପ୍ରଣ୍ଟ)
  • ୟୁଡିପି (ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି)
  • ଏଚଏସଡିପି (ହିଲ ଷ୍ଟେଟ୍ ଡେମୋକ୍ରାଟିକ ପାର୍ଟି)
  • ଜନସୁରାଜ ଶକ୍ତି ପାର୍ଟି
  • ପ୍ରହାର ଜନଶକ୍ତି ପାର୍ଟି