କନକ ବ୍ୟୁରୋ : ଦେଶରେ ଦ୍ୱିତୀୟଥର ପାଇଁ ଇତିହାସ ରଚିଛନ୍ତି ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ଆଜି ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଜି ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପି ବ୍ୟତୀତ ଏନଡିଏର ସହଯୋଗୀଦଳମାନେ ୩୪ ମନ୍ତ୍ରୀ ମଧ୍ୟରୁ ୧୨ ଟି ମନ୍ତ୍ରୀପଦ ହାତେଇଛନ୍ତି । ଆସନ୍ତୁ ଜାଣିବା ଏନଡିଏ କେଉଁ ସହଯୋଗୀ ଦଳଙ୍କୁ କେତୋଟି ଲେଖାଏଁ ମନ୍ତ୍ରୀପଦ ମିଳିଛି ।
ଏନଡିଏର ମୁଖ୍ୟ ସହଯୋଗୀ ଦଳ ଟିଡିପିକୁ ୨ ଟି କ୍ୟାବିନେଟ୍ ମନ୍ତ୍ରୀ ମିଳିଥିବା ବେଳେ ଅନ୍ୟ ମୁଖ୍ୟ ସହଯୋଗୀ ଦଳ ଜେଡିୟୁକୁ ମଧ୍ୟ ଦୁଇଟି କ୍ୟାବିନେଟ ମନ୍ତ୍ରୀପଦ ମିଳିଛି । ସେହଭଳି ଝାଡଖଣ୍ଡର ଏଜେଏସୟୁକୁ ଗୋଟିଏ, ଭିଆଇପି ଗୋଟିଏ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ଗୋଟିଏ, ଏଲଜେପି(ରାମ ବିଳାଶ) ଗୋଟିଏ, ଆପନା ଦଳ (ସୋନେୟାଲାଲ) କୁ ଗୋଟିଏ, ରାଷ୍ଟ୍ରୀୟ ଲୋକଦଳକୁ ଗୋଟିଏ ଓ ଆରପିଆଇକୁ ଗୋଟିଏ ଆସନ ମିଳିଛି ।