ପୁଣି ହଲଚଲ ମହାରାଷ୍ଟ ରାଜନୀତି ,ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବଡ ଦାବି ପଟପରିବର୍ତନ ନେଇ ଏନସିପି ମୁଖ୍ୟଙ୍କ ସଙ୍କେତ

1,541

କନକବ୍ୟୁରୋ:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବୟାନ । ଶରଦ କହିଛନ୍ତି ଆଗାମୀ ୪ରୁ ୬ମାସ ମଧ୍ୟରେ ମହାରାଷ୍ଟ୍ର ଲୋକମାନେ ଚାହିଁଲେ ସରକାର ବଦଳାଇପାରିବେ । ଯାହା ପାଇଁ ସେ ଜନତାଙ୍କଠୁ ସମର୍ଥନ ଲୋଡିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶରଦ କହିଥିଲେ ମହାରାଷ୍ଟ୍ରରେ ଯେଉଁ ସମସ୍ୟା ଚାଲିଛି ତାକୁ ବିଜେପି-ଶିବସେନା ଓ ଏନସିପି ମେଂଟ ସମାଧାନ କରିବାକୁ ଅସମର୍ଥ । ତୃଣମୁଳସ୍ତରରେ ମହାଅଘାଡି ମେଂଟ ସମସ୍ୟା ବୁଝେ ଓ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ମହାରାଷ୍ଟ୍ର ଜନତାଙ୍କଠୁ ସହଯୋଗ ଲୋଡିଛନ୍ତି ଶରଦ ପାୱାର ।