କନକ ବ୍ୟୁରୋ: ଚୁଟି କାଟିବା ବେଳେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବଙ୍କୁ ମହଙ୍ଗା ପଡିଛି । ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ଭାଇରାଲ ହେବା ପରେ ରାଷ୍ଟ୍ରିୟ ମହିଳା କମିଶନ ଏହାକୁ ଗୁରୁତର ସହ ନେଇଛନ୍ତି ।
ରାଷ୍ଟ୍ରିୟ ମହିଳା କମିଶନ ଜାୱେଦ ହବିବଙ୍କ ଏହି ଆପତ୍ତିଜନକ କାର୍ଯ୍ୟ ବିଷୟରେ ଦିଲ୍ଲୀ ପୋଲିସକୁ ଜଣାଇବା ସହ ଜାୱେଦଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହାସହ ଜାୱେଦଙ୍କୁ ମଧ୍ୟ ନୋଟିସ ଜାରି କରିଛି ରାଷ୍ଟ୍ରିୟ ମହିଳା କମିଶନ ।
National Commission for Women (NCW) writes to Delhi Commissioner of Police Rakesh Asthana on viral video showing hairstylist Jawed Habib allegedly spitting on a woman's hair, urges him to take action in the matter. NCW to send a notice to Jawed Habib.
— ANI (@ANI) January 6, 2022
ଦେଶର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ମଧ୍ୟରୁ ଜଣେ ହେଉଛନ୍ତି ଜାଭେଦ ହବିବ। ଜାଭେଦ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ସାମ୍ନାକୁ ଆସିବା ପରେ ତାକୁ ନେଇ ବିବାଦ ଦେଖାଦେଇଛି। ଏକ ଟ୍ରେନିଂ କ୍ଲାସ୍ ସମୟରେ, ହବିବ୍ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଉଛନ୍ତି। ଆଉ କହୁଛନ୍ତି କି ତାଙ୍କ ଛେପରେ ଶକ୍ତି ଅଛି।
For those who goes to Javed Habib's saloon pic.twitter.com/dblHxHUBkw
— Rishi Bagree (@rishibagree) January 5, 2022
ଉତ୍ତର ପ୍ରଦେଶ ବାଗପତରେ ରହୁଥିବା ବ୍ୟୁଟି ପାର୍ଲର ସଂଚାଳିକା ଭାରତର ଟପ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ନାମ ପୂଜା ଗୁପ୍ତା।