କନକ ବ୍ୟୁରୋ : ଅପରାଧ, ଦୁର୍ନୀତି ଓ ଆଇନ ଶୃଙ୍ଖଳାର ସ୍ଥିତି ନେଇ ପ୍ରକାଶ ପାଇଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ରିପୋର୍ଟ । ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ ଚିନ୍ତାଜନକ । କାରଣ ଦେଶରେ ମହିଳା ଓ ଶିଶୁଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି, କେମିତି ଉଭାନ ହୋଇ ଯାଉଛନ୍ତି ଏତେ ସଂଖ୍ୟକ ମହିଳା ଓ ଛୋଟ ପିଲା? ଓଡିଶା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ମଧ୍ୟ ଚକିତ କଲାଭଳି । ଏବେ ନଜର ପକାଇବା, ଓଡ଼ିଶାରେ କେତେ ନିଖୋଜ ଅଛନ୍ତି ..
ଓଡ଼ିଶାରେ କେତେ ଶିଶୁ ନିଖୋଜ?
ରାଜ୍ୟରେ ୭,୫୬୫ ଜଣ ପିଲାଙ୍କ ପତ୍ତା ମିଳୁନି
ନିଖୋଜ ଅଛନ୍ତି ୬,୭୦୬ ଜଣ ଛୋଟ ଝିଅ
୮୫୯ ଜଣ ବାଳକଙ୍କ ମିଳୁନି ଖୋଜଖବର

Advertisment

ନିଖୋଜ ମାମଲା ଦାୟର ହୋଇଛି, ପୁଲିସ ଛାନଭିନ କରୁଛି, ହେଲେ ସାଢ଼େ ୭ ହଜାରରୁ ଅଧିକ ପିଲା କେଉଁଠି ଅଛନ୍ତି, କେଉଁ ଅବସ୍ଥାରେ ଅଛନ୍ତି, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳା ଓ ଶିଶୁକନ୍ୟା ସବୁଠୁ ବିପଦଜ୍ଜନକ ସ୍ଥିତିରେ ଅଛନ୍ତି ।

ଏନସିଆରବି ଦେଇଥିବା ରିପୋର୍ଟ ଅନୁସାରେ –
ଓଡିଶାରେ କେତେ ନିଖୋଜ?
ରାଜ୍ୟରେ ୩୪,୧୮୬ ଜଣଙ୍କ ପତ୍ତା ମିଳୁନି
ସେମାନଙ୍କ ମଧ୍ୟରେ ଅଛନ୍ତି ୨୭,୩୮୩ ମହିଳା
ନିଖୋଜ ଅଛନ୍ତି ୬,୮୦୩ ପୁରୁଷ

ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ଶାସକ ଦଳ ।

ହଜିଥିବା ଛୋଟ ପିଲାଙ୍କୁ ଖୋଜିବା ପାଇଁ ଅନେକ ପଦକ୍ଷେପ ନେଇଛି ପୁଳିସ । ଅପରେସନ ମୁସ୍କାନ, ପରୀ, ଚାଇଲ୍ଡ ଲାଇନ ପକ୍ଷରୁ ମଧ୍ୟ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ୱେ ବର୍ଷ ବର୍ଷ ଏତେ ସଂଖ୍ୟକ ନିଖୋଜ ରହିବା ଚିନ୍ତା ବଢାଇ ଦେଇଛି ।