କନକ ବ୍ୟୁରୋ : ରାଜ୍ୟରେ ବଢିଛି ଦୁଷ୍କର୍ମ ଅଭିଯୋଗ। ସାରା ଦେଶରେ ଏହି ଅମାନବୀୟ ଅପରାଧ ତାଲିକାର ପଂଚମ ସ୍ଥାନରେ ରହିଛି ଓଡିଶା। ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ। ଏନସିଆରବିର ତଥ୍ୟ ଅନୁସାରେ ଓଡିଶାରେ ୨୦୧୪ରେ ୧୯୭୮ଟି ଦୁଷ୍କର୍ମ ମାମଲା ହୋଇଥିବା ବେଳେ ୨୦୧୫ରେ ଏହାର ୧୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏହା ୨୨୫୧ରେ ପହଂଚିଛି।
ସେଥିମଧ୍ୟରୁ ୨୦୧୫ ମସିହାରେ ୧୦୫୨ଟି ମାମଲା ଘଟିଛି ନାବାଳିକାଙ୍କ କ୍ଷେତ୍ରରେ। ଏହି ତାଲିକାରେ ଥିବା ଅନ୍ୟ ୪ଟି ରାଜ୍ୟ ହେଉଛନ୍ତି ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତର ପ୍ରଦେଶ। ମଧ୍ୟପ୍ରଦେଶରେ ସର୍ବାଧିକ ୪୩୯୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ତଥ୍ୟରେ ଉଲ୍ଲେଖ ରହିଛି।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-31-09h00m27s126.png)