ସତରେ କ’ଣ ଓଡ଼ିଶାରେ ବଢ଼ିଛି ମହିଳା ଅତ୍ୟାଚାର, ବିଜେପି ଅଧ୍ୟକ୍ଷଙ୍କ ବୟାନ ଓ NCRBର ତଥ୍ୟ କ’ଣ କହୁଛି । ଜାଣନ୍ତୁ ବାସ୍ତବ ଚିତ୍ର ।

42

ନିର୍ବାଚନୀ ଋତୁ ପାଖେଇ ଆସୁଥିବା ବେଳେ ବିଭିନ୍ନ ମୁଦ୍ଦାରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି ଉଭୟ ଶାସକ ଓ ବିରୋଧୀ । ତେବେ ଓଡ଼ିଶାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଶାସକ ଦଳ ବିଜେଡିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ବିଜେପି । ମହିଳାଙ୍କ କ୍ଷେତ୍ରରେ ରାଜ୍ୟରେ ଅଧିକ ଅତ୍ୟାଚାର ହେଉଛି ପ୍ରସଙ୍ଗ କରି ସ୍ୱର ଉଠାଇଛି ବିଜେପି ମହିଳା ମୋର୍ଚ୍ଚା । ଏହାକୁ ଶାଣିତ କରିବା ପାଇଁ ନିଆଁରେ ଘିଅ ଢ଼ାଳି ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେବେ ପ୍ରକୃତରେ ବିଜେଡି ଶାସିତ ଓଡ଼ିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି ନାଁ ଅନ୍ୟ କେଉଁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି ତାହା ଉପରେ ଏହି ରିପୋର୍ଟ ପ୍ରସ୍ତୁତ ।

first-information-reportନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ( ଏନସିଆରବି) ତଥ୍ୟ ମୁତାବକ ୨୦୧୬ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦେଶରେ ମହିଳାଙ୍କ ପ୍ରତି ୨.୬ ପ୍ରତିଶତ ଅପରାଧ ବୃଦ୍ଧି ପାଇଥିଲା । ଯେଉଁଥିରେ ୪୮ ଲକ୍ଷ ୩୧ ହଜାର ୫୧୫ ମାମଲା ଦାୟର ହୋଇଥିବା ରିପୋର୍ଟ କହୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ମାମଲାରେ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶର ପ୍ରତିଶତ ଅନ୍ୟ ରାଜ୍ୟ ତୁଳନାରେ ଉଦ୍ଧ୍ୱର୍ରେ ଅଛି । ଏହି ଦୁଇ ରାଜ୍ୟରେ ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟ କହୁଛି । ୨୦୧୫ ବର୍ଷରେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୩୪,୬୫୧ଟି ବଳାକ୍ରାର ମାମଲା ଦାୟର ହୋଇଥିବା ବେଳେ ୨୦୧୬ ବର୍ଷ ରେ ତାହା ୩୮,୯୪୭ରେ ପହଁଚିଥିଲା । ଯେଉଁଥିରେ ମଧ୍ୟପ୍ରଦେଶର ସ୍ଥିତି ସାରା ଦେଶକୁ ଚିନ୍ତାରେ ପକାଇଥିଲା ।

ତେବେ ସେହି ରିପୋର୍ଟ ମୁତାବକ ୨୦୧୬ ବର୍ଷ ମହିଳାଙ୍କ ପ୍ରତି ହୋଇଥିବା ବିଭିନ୍ନ ଅପରାଧିକ ମାମଲାରେ ଓଡ଼ିଶାର ସ୍ଥାନ ତୃତୀୟ ରହିଥିଲା । ତେବେ ୨୦୧୮ ବର୍ଷ ସୁଦ୍ଧା ହରିୟାଣାରେ ସର୍ବାଧିକ ୪୭ ପ୍ରତିଶତ ମହିଳାଙ୍କ ପ୍ରତି ଅତ୍ୟାଚାର ହୋଇଥିବା ରିପୋର୍ଟ ଦର୍ଶାଉଛି । ୨୦୧୪-୧୫ ବର୍ଷ ମହିଳାଙ୍କ ପ୍ରତି ହୋଇଥିବା ୮,୧୨୬ ଟି ଅପରାଧିକ ମାମଲା ଦାୟର ହୋଇଥିବାବେଳେ ୨୦୧୮ ମଧ୍ୟରେ ତାହା ୧୦ ହଜାରରୁ ଉଦ୍ଧ୍ୱର୍କୁ ଟପିଛି ବୋଲି ଖୋଦ ହରିୟାଣାର ମୁଖ୍ୟମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି । ତେବେ ଏଥିରୁ ଜଣାପଡୁଛି ଯେ ଏନସିଆରବି ତଥ୍ୟ ଭୂଲ ନା ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ତଥ୍ୟ ? ତାହା ରାଜ୍ୟବାସୀଙ୍କ ମନକୁ ବେଶି ଆନ୍ଦୋଳିତ କରିଛି ।