ପରୀ ମୃତ୍ୟୁ ମାମଲା । ନୟାଗଡ ଏସପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୋଟିସ୍

95

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ନୟାଗଡ ଏସ୍.ପିଙ୍କୁ ସମନ କରାଯାଇଛି । ଏନସିପିସିଆର ବା ଜାତୀୟ ଶୁଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଏସ୍.ପି ଙ୍କୁ ନୋଟିସ୍ କରାଯାଇଛି । ଏହି ସମନ କରାଯିବା ପରେ ଏନସିପିସିଆରକୁ କୃତଜ୍ଞତା ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ।

ନୟାଗଡରେ ଗୋଟିଏ ୪ ବର୍ଷର ଶିଶୁ କନ୍ୟାକୁ କେହି ଅପହରଣ କରିନେଇଥିଲା । ପରିବାର ଲୋକେ ଏନେଇ ଖୋଜା ଖୋଜି କରି ଥାନାରେ ଏତଲା ଦେବା ପରେ ଅପହରଣର କିଛିଦିନ ପରେ କେହି ପରୀକୁ ହତ୍ୟା କରି ତା’ର ମୃତଦେହକୁ ପରୀର ଘର ପଛପଟେ ଏକ ଅଖାବସ୍ତାରେ ବାନ୍ଧି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି ପୋଲିସ ବିଶେଷ କିଛି ଠୋସ ପଦକ୍ଷେପ ନେଇ ନଥିଲା । ପରୀ ମୃତ୍ୟୁର ୪ ମାସ ପରେ ପୋଲିସ ଠାରୁ ସହାୟତା ନପାଇ ଶେଷରେ ଚଳିତ ବିଧାନସଭା ଅଧିବେସନ ଚାଲୁଥିବା ବେଳେ ପରୀର ବାପା ଓ ମା ବିଧାନ ସଭା ଆଗରେ ଆତ୍ମାହୁତି ଦେବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା ।

ଏହାପରେ ବିରୋଧୀ ଦଳମାନେ ବିଧାନସଭା ଭିତରେ ବାହାରେ ପରୀକୁ ନ୍ୟାୟ ଦାବିରେ ହଟ୍ଟଗୋଳ କରିବା ଫଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଏବେ ପରୀ ମୃତ୍ୟୁର ତଦନ୍ତ ଚାଲିଛି ।

ହେଲେ ପୋଲିସ ୪ ମାସ ଧରି ପରୀ ମାମଲାରେ କିଛି ଠୋସ ପଦକ୍ଷେପ ନନେବାକୁ ନେଇ ପରୀର ବାପା ମା ଜଣେ ମନ୍ତ୍ରୀଙ୍କ ହାତ ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ହେଲେ ସେମାନେ ଅଙ୍ଗଳି ନିର୍ଦ୍ଦେଶ କରିଥିବା ମନ୍ତ୍ରୀ ବି କହିଥିଲେ କି ପରୀ ହତ୍ୟାକାଣ୍ଡର ଦୋଷୀ ଧରାପଡିଲେ ସେ ସବୁଠାରୁ ବେସି ଖୁସି ହେବେ ।

ଏବେ କ୍ରାଇମବ୍ରାଞ୍ଚ ଓ ଏସଆଇଟିର ତଦନ୍ତ ଚାଲିଥିବା ବେଳେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନୟାଗଡ ଏସପିଙ୍କୁ ନୋଟିସ୍ କରିବା ସମସ୍ତଙ୍କ ମନରେ ଆଶା ସଂଚାର କରିଛି ।