ପରୀ ମୃତ୍ୟୁ ମାମଲାରେ SIT ତଦନ୍ତ ନେଇ NCPCRର ଅସନ୍ତୋଷ ପ୍ରକାଶ । କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିିଠି ।

143

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଏସଆଇଟି ତଦନ୍ତକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି । ମାମଲାର ଗୁରୁତ୍ୱକୁ ଦେଇ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ମାମଲାର ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ।

ତେବେ ଏନସିପିଆର କରିଥିବା ଚିଠିର ଏକ କପିକୁ ଟୁଇଟରେ ପୋଷ୍ଟ କରିଛନ୍ତି ସମ୍ବିତ । ପରୀ ମାମଲାରେ ହସ୍ତକ୍ଷେପ କରିବା ପାଇଁ ନଭେମ୍ବର ୩୦ ତାରିଖରେ ଏନସିପିଆରରେ ଅଭିଯୋଗ କରିଥିଲେ ସମ୍ବିତ ପାତ୍ର ।