ଜନସନ୍ ଆଣ୍ଡ ଜନସନ୍ ବେବି ସାମ୍ପୁ ‘ଅସୁରକ୍ଷିତ’ : ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଲା ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ

420

ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଆମେରିକୀୟ କମ୍ପାନୀ ଜନସନ୍ ଆର୍ଡ ଜନସନର ବେବି ସାମ୍ପୁକୁ ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଏହି ସାମ୍ପୁରେ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ଦାବି କରିଛି, ଯାହାକୁ କମ୍ପାନୀ ଖାରଜ କରି ତା’ ଉତ୍ପାଦ ସୁରକ୍ଷିତ ଥିବା କହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରାଜସ୍ଥାନର ଏକ ପରୀକ୍ଷାଗାରରେ ଭୁଲରେ ଏହି ତଥ୍ୟ ଦିଆଯାଇଛି ଯେ ସାମ୍ପୁରେ କ୍ଷତିକାରକ ରାସାୟନିକ ପଦାର୍ଥ ରହିଛି । ତେବେ ଏହି ସାମ୍ପୁରେ ସେଭଳି କୌଣସି କ୍ଷତିକାରକ କେମିକାଲ ନାହିଁ ।

ଏହାକୁ ନେଇ କମ୍ପାନୀ ଆୟୋଗର ଦ୍ୱାରସ୍ଥ ହୋଇଥିଲା । ତେବେ ଆୟୋଗ ଏହାକୁ ଅଗ୍ରାହ୍ୟ କରିଦେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜନସନ ବ୍ରାଣ୍ଡର ବେବି ସାମ୍ପୁ ଓ ପାଉଡରକୁ ପରୀକ୍ଷା କରିବାକୁ କହିଥିଲେ । ଏବେ ଆୟୋଗ ଏହି ସାମ୍ପୁକୁ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ, ମାର୍କେଟରେ ଏହି ସାମ୍ପୁ ଏବେ ବି ମିଳୁଥିବାରୁ ଲୋକ ଏହାକୁ ବ୍ୟବହାର କରିବେ । ତେଣୁ ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦିଆଯାଇଛି ।