କନକ ବ୍ୟୁରୋ : ଦେଶର ରାଜନୀତିରେ ଅଜାତଶତ୍ରୁ କୁହାଯାଉଥିବା ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନିସିପିରେ ବଢିବ କି କନ୍ଦଳ ? ଝିଅ ସୁପ୍ରିୟା ସୁଲେ ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ ପଟେଲଙ୍କୁ ଶରଦ ପାୱାର କାର୍ଯ୍ୟକାରୀ ସଭାପତି ଭାବେ ଘୋଷାଣା କରିଛନ୍ତି । କିନ୍ତୁ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ପଦରେ ଥିବା ଅଜିତ ପାୱାରଙ୍କୁ କୌଣସି ନୂଆ ଦାୟିତ୍ୱ ମିଳିନାହିଁ ।

Advertisment

କିନ୍ତୁ ବିଭିନ୍ନ ସମୟରେ ବିଜେପି ସହ ସମ୍ପର୍କ ରଖି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରୁଥିବା ଏହି ନେତାଙ୍କ ରଣନୀତି କଣ ହେବ ତାହା ଏବେ ଚର୍ଚ୍ଚାରେ । ଏନସିପିରେ ପାୱାରଙ୍କ ପୁତୁରା ଅଜିତଙ୍କର ଗୋଟିଏ ବଡ ପ୍ରଭାବ ରହିଛି । ଦଳର ଅନେକ ବିଧାୟକ ତାଙ୍କ ସମର୍ଥକ ବୋଲି ଚର୍ଚ୍ଚା ହୁଏ । ଏପରି ସ୍ଥିତିରେ ଦଳର କୌଣସି ବଡ ପଦ ନମିଳିବା ପରେ ଅଜିତଙ୍କ ଆଗାମୀ ରଣନୀତି କଣ ହେବ ତାହା ଏବେ ଚର୍ଚ୍ଚାରେ । ଅନ୍ୟପଟେ ପାୱାର ପରିବାରର ଅନ୍ୟତମ ନେତା ତଥା ଘରର ସଦସ୍ୟ ରୋହିତ ପାୱାର କହିଛନ୍ତି, ଦଳର ସମସ୍ତ ନେତା ଏକାଠି ଅଛନ୍ତି । କୌଣସି କନ୍ଦଳ ନାହିଁ ।

ଏନସିପିରେ ଗୋଟିଏ ନେତା ଗୋଟିଏ ପଦ ଲାଗୁ ହୋଇଛି । ଯେହେତୁ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଅଛନ୍ତି ତେଣୁ ତାଙ୍କ କୌଣସ ପଦ ଦିଆଯାଇନି । ଅନ୍ୟପଟେ ସୁପ୍ରିୟା ସୁଲେ ଓ ପ୍ରଫୁଲ ପଟେଲ ନୂଆ ଦାୟିତ୍ୱ ମିଳିବା ପରେ କୌଣସି ସେଲିବ୍ରେସନ ନହେବା ଦଳରେ କିଛି ଠିକଠାକ ନାହିଁ ବୋଲି ଚର୍ଚ୍ଚା ହେଉଛି । ଅଜିତ ପାୱାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିୟା ସୁଲେଙ୍କୁ ନୂଆ ନିଯୁକ୍ତି ନେଇ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି । କିନ୍ତୁ ପ୍ରଫୁଲ ପଟେଲଙ୍କ ବାବଦରେ କିଛି କହି ନାହାନ୍ତି । ଯାହାଙ୍କ ସହ ତାଙ୍କର ବିବାଦ ରହିଛି ।