କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୨ ଜଣ ଶିଶୁଙ୍କ ସମେତ ୨୪ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ଏହାକୁ ନେଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଶରଦ ପାୱାରଙ୍କ ସମେତ ବିରୋଧୀଦଳର ନେତାମାନେ ସିନ୍ଦେ ସରକାରକୁ ଟାର୍ଗେଟ୍ କରିଛନ୍ତି । ଏହାକୁ ନେଇ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି କି ଏହା ମୃତ୍ୟୁନୁହେଁ ବରଂ ସିନ୍ଦେ ସରକାରର ପ୍ରାୟୋଜିତ ହତ୍ୟା । ଶରଦ ପାୱାର କହିଛନ୍ତି କି, ଏହି ଘଟଣା ସିନ୍ଦେ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ।

Advertisment

ମହାରାଷ୍ଟ୍ର ଶଂକରରାଓ ଚୌହାଣ ସରକାରୀ ମେଡିକାଲ କଲେଜର ଡିନ୍ କହିଛନ୍ତି କି, ଗତ ୨୪ ଘଣ୍ଟା ମଧ୍ୟରେ ଉକ୍ତ ହସ୍ପିଟାଲରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଓ ସେମାନଙ୍କ ମଧ୍ୟରୁ ୧୨ ଜଣ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ସାପ କାମୁଡାରେ ହୋଇଛି । ହେଲେ ବିରୋଧୀଙ୍କ ଅଭିଯୋଗ ରହିଛି କି, ସରକାରୀ ମେଡିକାଲରେ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବ କାରଣରୁ ଲୋକମାନଙ୍କୁ ସଠିକ ଚିକିତ୍ସା ମିଳିପାରୁନାହିଁ ।