ମହାରାଷ୍ଟ୍ରରେ ‘ପାୱାର’ ପଲିଟିକ୍ସ ! ଶରଦଙ୍କ ଘରେ ଅଜିତ୍ । ‘ପଦ୍ମ’କୁ ପର କରିବା ପରେ ଦାଦାଙ୍କୁ ଭେଟିଲେ ପୁତୁରା ।

795

କନକ ବ୍ୟୁରୋ: ‘ପଦ୍ମ’କୁ ପର କରିବାପରେ ପରିବାର ଲୋକଙ୍କୁ ଭେଟିଲେ ଅଜିତ୍ ପାୱାର । ମହାରାଷ୍ଟ୍ର ଘଟପରିବର୍ତ୍ତନର ସୂତ୍ରଧର ପାଲଟିଥିବା ଅଜିତ୍ ପାୱାର ଏନସିପି ଦଳ ମୁଖ୍ୟ ତଥା ତାଙ୍କ ଦାଦା ଶରଦ ପାୱାରଙ୍କ ବାସଭବନରେ ପହଁଚିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ସ୍ଥିତି ସିଲଭର ଓକାକରେ ଶରଦଙ୍କୁ ଭେଟିବା ପାଇଁ ପହିଁଚିଛନ୍ତି ଅଜିତ୍ ।

ମହାରାଷ୍ଟ୍ର ନିର୍ବାଚନୀ ଫଳାଫଳ ବାହାରିବା ପରେ ପରେ ପାୱାର ପାଇଁ ଯେଉଁ ‘ମହା’ଡ୍ରାମା ମହାରାଷ୍ଟ୍ରରେ ଚାଲିଥିଲା ତାହା ଶେଷ ଏକ ପ୍ରକାର ଶେଷ ହୋଇଛି । ଏନସିପି ଦଳର ଯେଉଁ ବାଗୀ ନେତା ବା ବିଧାୟକ ଦଳ ନେତା ଅଜିତ୍ ପାୱାର ପଦ୍ମ କ୍ୟାମ୍ପକୁ ଯାଇଥିଲେ ସେ ପୁଣି ପରିବାରକୁ ଫେରିଆସିଥିବା ଦେଖିବାକୁ ମିଳିଛି । କିନ୍ତୁ ପୁତୁରାଙ୍କ ଉପରେ ଶରଦ ଅଭିମାନ ପୂର୍ବଭଳି ରହିବ ନା ଆଭିମୂଖ୍ୟ ବଦଳିବ ଏବେ ତାହା ଉପରେ ନଜର ରଖିଛନ୍ତି ରାଜନୀତି ପଣ୍ଡିତ ।

ସବୁଠାରୁ ବଡ଼କଥା ହେଲା କି, ଏହାରି ଭିତରେ ଆସନ୍ତା ଡିସେମ୍ବର ୧ ତାରିଖରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏନେଇ ତିନି ଦଳର ମେଣ୍ଟ ସରକାର ନେତା ନିର୍ବାଚିତ ହୋଇଛନ୍ତି ଉଦ୍ଧବ ଠାକରେ । ଆଉ ଏହି ମହାମେଣ୍ଟ ସରକାର ନାଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ବା (ଏମଭିଏ) ବୋଲି ରଖିବାକୁ ମେଣ୍ଟ ଦଳର ବୈଠକରେ ନିଷ୍ପତି ହୋଇଛି । ତେବେ ଡିସେମ୍ବର ବ ତାରିଖରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ସମାରୋହ ଆୟୋଜନ କରାଯିବ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।