ବିଜେପି ସରକାରରେ ସାମିଲ ହେବା ନେଇ ଶରଦ ପାୱାରଙ୍କ ବଡ ଖୁଲାସା । କହିଲେ, ୩ ଥର ହୋଇଛି ଆଲୋଚନା ହେଲେ …

456

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ରାଜନୈତିକ ଜୀବନରେ ସବୁଠାରୁ ବଡ ଲଢେଇ ଏବେ ଲଢୁଛନ୍ତି । ଯେଉଁ ପାର୍ଟିକୁ ସେ ୨୪ ବର୍ଷ ହେବ ଗଠନ କରିଥିଲେ ସେହିପାର୍ଟି ଉପରେ ନିଜର ଦଖଲ ବଜାୟ ରଖିବାକୁ ଏବେ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ଗୋଟିଏ ସମୟରେ ଶରଦ ପାୱାରଙ୍କ ସବୁଠାରୁ ନିକଟତର କୁହାଯାଉଥିବା ପୁତୁରା ଅଜିତ ପାୱାର ବିଦ୍ରୋହ କରିବା ପରେ ଏବେ ଏନସିପିର ଅନେକ ନେତା ଅଜିତଙ୍କ ସମର୍ଥନରେ ବାହାରିଯାଇଛନ୍ତି । ହେଲେ ଏସବୁ ଭିତରେ ଆଜି ଶରଦ ପାୱାର ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କି ବିଜେପି ସରକାରରେ ସାମିଲ ହେବାକୁ ୩ ଥର ଆଲୋଚନା ହୋଇଛି । ହେଲେ ଏହି ଆଲୋଚନା ଆଗକୁ ବଢିପାରି ନାହିଁ ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏନସିପି ନେତା ଶରଦ ପାୱାର କହିଛନ୍ତି କି ନା ମୁଁ ଥକି ଯାଇଛି ନା ଏବେ ଅବସର ନେବାକୁ ଚାହୁଁଛି । ଯେ ପର୍ଯ୍ୟନ୍ତ ପାର୍ଟିର କାର୍ଯ୍ୟକର୍ତ୍ତା ଚାହିଁବେ ସେ ଦଳପାଇଁ କାମ କରିବେ ବୋଲି କହିଛନ୍ତି ।

ସେପଟେ ସାକ୍ଷାତକାର ବେଳେ ଶରଦ ପାୱାର କହିଥିଲେ କି ବିଜେପି ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରରେ ସାମିଲ ହେବାକୁ ବିଜେପି ସହ ୩ ଥର ଆଲୋଚନା ହୋଇଛି । ୨୦୧୪,୨୦୧୭ ଓ ୨୦୧୯ ରେ ବିଜେପି ସହ ମେଣ୍ଟ ନେଇ ଏନସିପି ଆଲୋଚନା କରିଥିବା କଥା ସେ କହିଛନ୍ତି । ହେଲେ ଆଦର୍ଶଗତ ପାର୍ଥକ୍ୟ ଯୋଗୁଁ ଏହି ଆଲୋଚନା ସଫଳ ହୋଇପାରିଥିବା କଥା ଶରଦ ପାୱାର କହିଛନ୍ତି ।