୪୮ଘଂଟାର ଅପେକ୍ଷାର ଅନ୍ତ, ଆସିଲା ସ୍ପଷ୍ଟ ଚିତ୍ର । ଏନସିପି ଅଧ୍ୟକ୍ଷ ରହିବେ ଶରଦ ପାୱାର

166

କନକ ବ୍ୟୁରୋ : ସବୁ କଳ୍ପନା ଓ ଅପେକ୍ଷା ଶେଷ ହୋଇଛି । ଶେଷରେ ଇସ୍ତଫା ପ୍ରତ୍ୟାହାର କରିଛନ୍ତି ଶରଦ ପାୱାର । ମେ ୨ ତାରିଖରେ ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେବା ପରେ ଦଳ ଭିତରେ ଭୁମିକମ୍ପ ସଦୃଶ ହଲଚଲ ସୃଷ୍ଟି ହୋଇଛି । ଶରଦଙ୍କ ଇସ୍ତଫାକୁ ଦଳ ନା ସମର୍ଥକ ଗ୍ରହଣ କରିପାରିନଥିଲା । ୩ଦିନ ହେବ ଶରଦଙ୍କୁ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଦଳର କର୍ମୀ, ସମର୍ଥକ, ବୁଝାଇବା ସହ ଆପ୍ରାଣ ଉଦ୍ୟମ କରଥିିଲେ । ଏହା ଭିତରେ ଶୁକ୍ରବାର ଏନସିପି ସଂଦୀୟ କମିଟି ଶରଦଙ୍କ ଇସ୍ତଫାକୁ ନାମଂଜୁର କରଥିଲାି । ନୂଆ ଅଧ୍ୟକ୍ଷ ଚୟନ ପାଇଁ ୧୬ଜଣିଆ ସଦସ୍ୟଙ୍କୁ ନେଇ କମିଟି ବୈଠକ ବସିଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରଫୁଲ ପଟେଏ ଶରଦଙ୍କ ଇସ୍ତଫା ଖାରଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।କମିଟିର ଅନ୍ୟ ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏନସିପି କର୍ମୀମାନେ କାର୍ଯ୍ୟାଳୟ ନିକଟରେ ପହଁଚି ଶରଦଙ୍କ ଇସ୍ତଫା ଫେରାଇ ନେବାକୁ ଅନୁରୋଧ କରିଥିଲେ ।