ମହାରାଷ୍ଟ୍ର ମହାନାଟକ । ଏନସିପି ବିଧାୟକ ନୀତିନ ପାୱାର ନିଖୋଜ ।

471

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ଛକାପଞ୍ଝା ଚାଲିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ଏନସିପିର ବିଧାୟକ ଦଳ ବୈଠକରେ ସାମିଲ ହେବା ପାଇଁ ଯାଇଥିବା ଜଣେ ବିଧାୟକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ବିଧାୟକ ହେଉଛନ୍ତି ନୀତିନ ପାୱାର । ଗତକାଲି ସେ ବୈଠକରେ ଯୋଗ ଦେବକୁ ଘରୁ ବାହାରିଥିଲେ । ହେଲେ ରାତିରେ ଆଉ ଘରକୁ ଫେରି ନାହାନ୍ତି ।

ଏନେଇ ନୀତିନ ପାୱାରଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଏକ ଚାର୍ଟର ପ୍ଲେନ ଯୋଗେ ଦିଲ୍ଲୀ ନିଆଯାଇଛି । ସେମାନେ ହେଲେ ଦୌଲତ ଦାରୋଦା, ନରହରି ଜିରୱାର, ସୁନୀଲ ଭୁଷରା, ଦିଲ୍ଲୀପ ବଙ୍କର, ଅନୀଲ ପାଟିଲ, ନୀତିନ ପାୱାର, ସୁନୀଲ ସେଲକେ, ବାବାସାହେବ ପାଟିଲ ଓ ସଂଜୟ ବନସନ । ତେବେ ଏନସିପିର ବିଦ୍ରୋହୀ ବିଧାୟକଙ୍କୁ ଦିଲ୍ଲୀର କେଉଁସ୍ଥାନରେ ରଖାଯାଇଛି ତାହା ଜଣାପଡିନାହିଁ ।