ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦଳର ସହଯୋଗୀ ଏନସିପିକୁ ବଡ ଝଟକା ଲାଗିଛି । ମହାରାଷ୍ଟ୍ରରେ ଏନସିପି ନେତା ତଥା ପୂର୍ବ ମନ୍ତ୍ରୀ ଜୟଦତ୍ତ କ୍ଷୀରସାଗର ଆଜି ଶିବସେନାରେ ସାମିଲ ହେବେ । ଆଜି ସନ୍ଧ୍ୟା ୫ଟାରେ ଶିବସେନା ଭବନରେ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଜୟଦତ୍ତ ଦଳରେ ଯୋଗ ଦେବେ । ଜୟଦତ୍ତ କ୍ଷୀରସାଗର ମହାରାଷ୍ଟ୍ରର ବିଡ୍ ଜିଲ୍ଲାର । ତାଙ୍କ ଏନସିପି ଛାଡିବା ପାର୍ଟି ପାଇଁ ବଡ ଝଟକା କୁହାଯାଉଛି ।
ଗତ କିଛି ଦିନ ପୂର୍ବେ ଦଳୀୟ ନେତା ଓ ବିଧାନ ପରିଷଦର ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେଙ୍କୁ ରାଗିଥିଲେ । ଏହାପରେ ସେ ଖୋଲାଖୋଲି ଭାବେ ଲୋକସଭା ନିର୍ବାଚନରେ ବିଜେପିକୁ ନିଜ ସମର୍ଥନ ଘୋଷଣା କରିଥିହେଲ । ସେଥିପାଇଁ ଆକଳନ କରାଯାଉଥିଲା କି ସେ ବିଜେପିରେ ଯିବେ । କିନ୍ତୁ ଆଜି ସେ ଶିବସେନାରେ ସାମିଲ ହେଉଛନ୍ତି । ସେ ଏନେଇ ବିଧାନସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ଦେଇଛନ୍ତି । ସେ ମୁଣ୍ଡେଙ୍କ ବିରୁଦ୍ଧରେ ବିଜେପିର ଦିବଙ୍ଗତ ନେତା ଗୋପିନାଥ ମୁଣ୍ଡେଙ୍କ ଝିଅ ଓ ବିଜେପି ସାଂସଦ ପ୍ରିତମ ମୁଣ୍ଡେଙ୍କୁ ଜିତାଇବା ପାଇଁ କାମ କରୁଥିବା ଆରୋପ ଲଗାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/383845-jaidatta-kshirsagar.jpg)