କନକ ବ୍ୟୁରୋ : ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ତାଙ୍କୁ ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ତାଙ୍କୁ ରାଜ୍ୟର ଅର୍ଥ ବିଭାଗ ମିଳିବ ବୋଲି କୁହାଯାଉଛି । କେବଳ ଅଜିତ ପାୱାର ନୁହଁନ୍ତି ଏନସିପିର ବରିଷ୍ଠ ନେତା ଥବା ଛଗନ ଭୁଜବଳ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀପ ବଲସେ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେପଟେ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ , କିରଣ ଓ ହସନ ମୁଶ୍ରୀଫ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ ।
ଅନ୍ୟପଟେ ଅଜିତ ପାୱାରଙ୍କ ବାସଭବନରେ ଏନସିପି ବିଧାୟକମାନେ ବୈଠକ କରିବା ଓ ପରେ ରାଜଭବନ ଯାଇ ସିନ୍ଦେ ସରକାରଙ୍କୁ ସମର୍ଥନ କରିବା ମାମଲା ଉପରେ କିଛି ଜାଣି ନଥିବା କଥା କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।
ମହାରାଷ୍ଟ୍ର ବିଧାନସଭାରେ ଆରମ୍ଭ ହେଲା ଶପଥଗ୍ରହଣ ଉତ୍ସବ, ଏନସିପିର ୯ ବିଧାୟକଙ୍କୁ ମିଳିବ ସିନ୍ଦେ ସରକାରରେ ମନ୍ତ୍ରୀପଦ
/kanak/media/post_attachments/wp-content/uploads/2023/07/17_00000-1.jpg)