ଅଜିତ ପାୱାରଙ୍କୁ କ୍ଲିନଚିଟ । ମହାରାଷ୍ଟ୍ର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ମୁକ୍ତ

ରାଜ୍ୟର ଦୁର୍ନୀତି ବିରୋଧୀ ବିଭାଗ ଅଜିତଙ୍କୁ କ୍ଲିନଚିଟ

294

କନକ ବ୍ୟୁରୋ: ଅଜିତ ପାୱାରଙ୍କୁ କ୍ଲିନଚିଟ । ମହାରାଷ୍ଟ୍ର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ରାଜ୍ୟର ଦୁର୍ନୀତି ବିରୋଧୀ ବିଭାଗ ଅଜିତଙ୍କୁ ଏହି କ୍ଲିନଚିଟ ଦେଇଛି । ସେ ଏବେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି । ଗତ ନଭେମ୍ବର ୨୭ ତାରିଖରେ ଏସିବି ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା ।

ଏଥିରେ ଦର୍ଶାଯାଇଛି, ବଦର୍ଭ ଜଳସେଚନ ବିକାଶ ନିଗମର ଅଧ୍ୟକ୍ଷ ଅଜିତ ପାୱାରଙ୍କୁ ଏହି ଦୁର୍ନୀତି ପାଇଁ ଦାୟୀ କରାଯାଇପାରିବ ନାହିଁ । କାରଣ ଅଜିତଙ୍କ ନିକଟରେ କୌଣସି ବୈଧାନିକ ଦାୟିତ୍ୱ ନାହିଁ । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଜଳସେଚନ ବିଭାଗରେ ୭୦ ହଜାର କୋଟି ଟଙ୍କାର ଦୁର୍ନିତି ହୋଇଥିଲା । ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଏହି ଅର୍ଥ ଖଚ୍ଚ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କୌଣସି କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ ହୋଇଥିଲା ।