କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ପରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାଇଁ ଅଡୁଆ ବଢୁଛି । ମୂଳ ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସହ ଯାଇଥିବା ବିଧାୟକମାନେ ଏବେ ଏକନାଥ ସିନ୍ଦେଙ୍କୁ ଅଡୁଆରେ ପକାଇପାରନ୍ତି ବୋଲି କୁହାଯାଉଛି । କାରଣ ମୂଳ ଶିବସେନା ସହ ବିଦ୍ରୋହ କରି ଯେଉଁ ବିଧାୟକମାନେ ଏକନାଥ ସିନ୍ଦେଙ୍କ ସହ ଯାଇଥିଲେ ସେମାନଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ କିଛି ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମନ୍ତ୍ରୀପଦ ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା । ହେଲେ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗ ଦେବା ପରେ ତାଙ୍କ ସମର୍ଥିତ ୮ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବା ପରେ ଏବେ ସିନ୍ଦେ ଗୋଷ୍ଠୀର ବିଧାୟକ (ଯେଉଁମାନେ ମନ୍ତ୍ରୀପଦ ଆଶାୟୀ ଥିଲେ) ସେମାନେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି । ଏନେଇ ନାଗପୁରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏକନାଥ ସିନ୍ଦେ ଖବର ପାଇବା ପରେ ଅଧା କାର୍ଯ୍ୟକ୍ରମରୁ ମୁମ୍ବାଇ ଫେରିଆସିଛନ୍ତି । ସୂତ୍ର ସୂଚନା ମୁତାବକ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ ବିଦ୍ରୋହ କରିବା ପରେ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ବେଳେ ମହାରାଷ୍ଟ୍ର ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରି ପରେ ଏବେ ଏକନାଥ ସିନ୍ଦେ ଗୋଷ୍ଠୀ ଦୂୁଇଫାଳ ହେବାକୁ ଯାଉଛି ।

Advertisment

ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବା ଓ ତାଙ୍କ ସମର୍ଥିତ ୮ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବାକୁ ନେଇ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ଅସନ୍ତୋଷ ଜାହିର କରିଛନ୍ତି । ମଙ୍ଗଳବାର ଦିନ ବିଭାଗ ବଣ୍ଟନ ବେଳେ ସିନ୍ଦେ ଗୋଷ୍ଠୀର ଦୁଇଜଣ ବିଧାୟକ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିଛନ୍ତି । ଏସବୁ ଖବର ପାଇବା ପରେ ମଙ୍ଗଳବାର ଦିନ ମଧ୍ୟ ରାତ୍ରରେ ରାଷ୍ଟ୍ରପତିଙ୍କ ନାଗପୁର କାର୍ଯ୍ୟକ୍ରମ ବାତିଲ କରି ସିନ୍ଦେ ମୁମ୍ବାଇ ପହଂଚିଛନ୍ତି । କେବଳ ମୁମ୍ବାଇ ପହଂଚିନାହାଁନ୍ତ ବର ତୁରନ୍ତ ବିଧାୟକଙ୍କ ବୈଠକ ଡାକିଛନ୍ତି ।