ଅଧୁରା ରହିବ କି ଶିବସେନାର ସରକାର ଗଢିବ ସ୍ୱପ୍ନ? ବିରୋଧୀ ଆସନରେ ବସିବାକୁ ସ୍ପଷ୍ଟ କଲା ଏନସିପି, କଂଗ୍ରେସ ମଧ୍ୟ ଦେଲା ପଛଘୁଞ୍ଚା ।

ଅଧୁରା ରହିବ କି ଶିବସେନାର ସରକାର ଗଢିବ ସ୍ୱପ୍ନ? ବିରୋଧୀ ଆସନରେ ବସିବାକୁ ସ୍ପଷ୍ଟ କଲା ଏନସିପି, କଂଗ୍ରେସ ମଧ୍ୟ ଦେଲା ପଛଘୁଞ୍ଚା ।

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ? ମହାରାଷ୍ଟ୍ରରେ ସରକାର ଗଢିବ କିଏ, ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ବିଜେପି-ଶିବସେନା ମଧ୍ୟରେ ଗଣିତ ଛିଣ୍ଡୁନଥିବାବେଳେ ଆଜି ଶିବସେନାର ଆଶାକୁ ଧୂଳିସାତ କରିଦେଇଛି ଏନସିପି ।ଏନସିପି ପ୍ରମୁଖ ଶରଦ ପାୱାର ସଫା ସଫା କହିଦେଇଛନ୍ତି ଯେ ତାଙ୍କ ଦଳ ବିରୋଧୀ ଭାବେ ବସିବେ । ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାବତ ଏନସିପି ମୁଖ୍ୟଙ୍କୁ ଭେଟିଥିଲେ ।

ଏ ବାବଦରେ ସାମ୍ବାଦିକମାନେ ଶରଦ ପାୱାରଙ୍କୁ ପ୍ରଶ୍ନ କରିବାରୁ ଶରଦ ଉତ୍ତର ରଖିଥିଲେ ଯେ ଶିବସେନା ବାବଦରେ କୌଣସି ଆଲୋଚନା ହୋଇନାହିଁ ।ବିପକ୍ଷରେ ବସିବା ପାଇଁ ଏନସିପିକୁ ଜନତା ଭୋଟ ଦେଇଛନ୍ତି । ତେଣୁ ଆମେ ବିରୋଧୀ ଦଳ ଆସନରେ ରହିବୁ । ଏଠାରେ ସୂଚନା ଥାଉ କି କଂଗ୍ରେସ ମଧ୍ୟ ଶିବସେନାକୁ ସମର୍ଥନ ସପକ୍ଷରେ ନାହିଁ ।

ମହାରାଷ୍ଟ୍ରର କଂଗ୍ରେସ ନେତା ଶିବସେନାକୁ ସମର୍ଥନ ଦେବାକୁ ଇଚ୍ଛା କରୁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ ଶିବସେନାକୁ ସମର୍ଥନ କରିବା ସପକ୍ଷରେ ନାହିଁ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘରେ ଆଜି ବୈଠକ ବସିଥିବାବେଳେ ଏଥିରେ ରାଜ୍ୟର ନେତାଙ୍କ ସହ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe