କନକ ବ୍ୟୁରୋ: ୨୦୧୯ ବିଧାନସଭା ନିର୍ବାଚନରେ ପରେ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ସରକାର ବଦଳଛି ପୂର୍ବରୁ କୌଣସି ରାଜ୍ୟରେ ଏଭଳି ଦେଖିବାକୁ ମଳିନାହିଁ । କ୍ଷମତା ପାଇଁ ଶିବସେନା ପରେ ଏବେ ଏନସିପି ଦୁଇ ଭାଗ ହୋଇଛି । କିନ୍ତୁ ଏବେବି ଏନସିପିର ବିଦ୍ରୋହୀ ଗୋଷ୍ଠୀ ଏବଂ ଅଜିତ୍ ପାୱାରଙ୍କ ଭାଗ୍ୟ କ’ଣ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପିର ଅଜିତ୍ ପାୱାର ଏବଂ ୮ ମନ୍ତ୍ରୀଙ୍କ ବିଧାୟକ ପଦ ରଦ୍ଦ ପାଇଁ ଦାବି କରିଛି ଦଳ । ଦଳ ବିରୋଧରେ ଯାଇଥିବାରୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିକଟରେ ଏନସିପିର ୯ ବିଧାୟକଙ୍କ ପଦ ରଦ୍ଦ ପାଇଁ ଦାବି କରିଛି ଦଳ ।

Advertisment

କ’ଣ କହୁଛି ଦଳ ବିରୋଧୀ ଆଇନ ?
ଦଳ ବିରୋଧୀ ଆଇନ ଅନୁଯାୟୀ, ୩ ଭାଗରୁ ୨ ଭାଗ ବିଧାୟକ ସାଙ୍ଗରେ ରହିବା ଆବଶ୍ୟକ
୨ ଭାଗ ବିଧାୟକ ସାଙ୍ଗରେ ରହିଲେ ସେମାନଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହେବନି
ଏନସିପିର ୫୩ ବିଧାୟକଙ୍କ ମଧ୍ୟରୁ ୩୬ ବିଧାୟକ ଅଜିତ୍ ପାୱାରଙ୍କ ସହ ରହିବା ଆବଶ୍ୟକ
ନଚେତ୍ ଅଜିତ୍ ପାୱାରଙ୍କ ସମେତ ୯ ବିଧାୟକଙ୍କ ପଦବୀ ରଦ୍ଦ ହୋଇଯିବ
୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଅଜିତ୍ ପାୱାରଙ୍କ ଗୋଷ୍ଠୀ

ଅଜିତ୍ ପାୱାରଙ୍କ ଗୋଷ୍ଠୀର ବିଦ୍ରୋହ ପରେ ସୋମବାର ଏନସିପିର ଶୃଙ୍ଖଳା କମିଟର ବୈଠକ ହୋଇଛି । ବୈଠକରେ ଅଜିତ୍ ପାୱାରଙ୍କ ସମେତ ୯ ବିଧାୟକ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ନିଆଯାଇଛି । ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଏନସିପି କହିଛି, ୧୯୯୯ରୁ ଦଳର ପ୍ରତିଷ୍ଠାତା ଶରଦ ପାୱର ଏନସିପିର ମୁଖ୍ୟ ଅଛନ୍ତି । ଦଳୀୟ ନେତୃତ୍ୱରେ କୌଣସି ପରିବର୍ତନ ହୋଇନାହିଁ, ଦଳର ସମସ୍ତ ଜିଲ୍ଲାସ୍ତରୀୟ କର୍ମୀ ଓ ନେତା ଦଳ ସହ ଅଛନ୍ତି । ସେପଟେ ତାଙ୍କ ସହ ଅଧିକ ବିଧାୟକଙ୍କ ସମର୍ଥନ ଥିବାରୁ ଦଳୀୟ ଚିହ୍ନ ଏବଂ ନାମ ତାଙ୍କ ଗୋଷ୍ଠୀଙ୍କ ପାଖରେ ଥିବା ଦାବି କରିଛନ୍ତି ଅଜିତ୍ ପାୱର । ଦଳର ପ୍ରତିଷ୍ଠତା ଶରଦ ପାୱାର ଜୀବିତ ଥିବାରୁୁ ଦଳୀୟ ଚିହ୍ନ ଏବଂ ନାମ ଅଜିତ୍ ପାୱାର ଗୋଷ୍ଠୀଙ୍କୁ ଦିଆଯିବ କି ନାହିଁ ତାହା ଏବେ ଯାଏ ସ୍ପଷ୍ଟ ହୋଇପାରିନାହିଁ । ଏପରି ସ୍ଥିତିରେ ବିଦ୍ରୋହୀ ବିଧାୟକଙ୍କୁ ନିଜର ପଦବୀ ବଂଚାଇବା ପାଇଁ ଅନ୍ୟ ଦଳ ସହ ମିଶିବା ଜରୁରୀ ।

ବାସ୍ତବରେ ଅଜିତ୍ ପାୱାରଙ୍କ ସହ କେତେ ବିଧାୟକଙ୍କ ସମର୍ଥନ ରହିଛି ତାହା ଉପରେ ସବୁ କିଛି ନିର୍ଭର କରୁଛି । ଯଦି ବିଦ୍ରୋହୀ ଗୋଷ୍ଠୀ ଅଜିତ ପାୱରଙ୍କ ପାଖରେ ଦୁଇ ତୃତିଆଂଶ ବିଧାୟକଙ୍କ ସମର୍ଥନ ରୁହେ ତେବେ ଶିବସେନା ଭଳି ଏନସିପିର ଦଳୀୟ ଚିହ୍ନ ଓ ନାମ ତାଙ୍କ ପାଖକୁ ଚାଲିଯିବ ବୋଲି କୁହାଯାଉଛି ।