କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ଭିତରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । କିନ୍ତୁ ଗାଜା ପଟ୍ଟି ଉପରେ କ୍ରମାଗତ ଆକ୍ରମଣକୁ ନେଇ ଭାରତରେ ଦେଖାଦେଇଛି ରାଜନୈତିକ ଉଷ୍ମତା । ନିକଟରେ ଏନସିପି ମୁଖ୍ୟ ଶରଦ ପୱାର ଏଭଳି କିଛି କହିଲେ ଯାହାକୁ ନେଇ ଟାର୍ଗେଟ କରିବାକୁ ପଛାଇ ନାହିଁ ବିଜେପି ।

Advertisment

କ’ଣ କହିଲେ ପୱାର?

ପୱାର କହିଥିଲେ ଯେ, ‘ପୁରା ଜାଗା ପାଲେଷ୍ଟାଇନର ବରଂ ଇସ୍ରାଏଲ ତାଙ୍କ ଜମି ଉପରେ କବଜା କରିଛି । ଇସ୍ରାଏଲ ଥିବା ଗାଜା, ଘର, ସବୁକିଛି ପାଲେଷ୍ଟାଇନର ଥିଲା । ଇସ୍ରାଏଲ ବାହାର ଇଲକାର , ଜମି ପ୍ରକୃତରେ ପାଲେଷ୍ଟାଇନର । ଏହି ଦୃଷ୍ଟିରୁ ପୂର୍ବ ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନକୁ ସମର୍ଥନ କରୁଥିଲେ, କିନ୍ତୁ ଏବେକାର ପ୍ରଧାନମନ୍ତ୍ରୀ ଏକଥା ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି’ । ଏହା କହିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଫଡନବୀଶ ।

ଦେବେନ୍ଦ୍ରେ ଫଡନବୀଶ କହିଛନ୍ତି , ‘ ଇସ୍ରାଏଲ ଓ ପାଲେଷ୍ଟାଇନ୍ ପ୍ରସଙ୍ଗକୁ ପୱାର ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର ନକରିବା ଭଲ ବରଂ ଆତଙ୍କବାଦକୁ ନିନ୍ଦା କରିବା ଉଚିତ’ । ଏହି କ୍ରମରେ ୨୬/୧୧ ଆକ୍ରମଣକୁ ମନେ ପକାଇଦେଇଛନ୍ତି ଫଡନବୀଶ । ସେତେବେଳେ ଆତଙ୍କବାଦୀ ଯେଉଁ ନିର୍ଦ୍ଦୋଷ ଭାରତୀୟଙ୍କୁ ହତ୍ୟା କରି ରକ୍ତର ହୋଲି ଖେଳିଲେ ତାକୁ ମଧ୍ୟ ପୱାର ମନେ ପକାଇବା ଉଚିତ ବୋଲି କହିଛନ୍ତି ଫଡନବୀଶ । ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ‘ ପୱାର ନିଜ ଝିଅକୁ ହମାସ ପକ୍ଷରୁ ଲଢେଇ କରିବାକୁ ଗାଜା ପଠାନ୍ତୁ’ ।