କନକ ବ୍ୟୁରୋ: ଏନସିଇଆରଟି ବିଜ୍ଞାନ ପାଠ୍ୟକ୍ରମରୁ ଦୁନିଆର ମହାନ ବୈଜ୍ଞାନିକ ଚାର୍ଲସ ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ୱକୁ ହଟାଇବା ପାଇଁ ନିଷ୍ପତି ହୋଇଛିି । ୧୦ମ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକର ୯ମ ଅଧ୍ୟାୟ ‘ହେରିଡିଟି ଆଣ୍ଡ୍ ଇଭୋଲ୍ୟୁସନ’ ସ୍ଥାନରେ ‘ହେରିଡିଟି’ ବିଷୟ ସ୍ଥାନ ଦିଅଯାଇଛି । ସେଥିରୁ ଡାରୱିନଙ୍କ ବିବର୍ତନ ତତ୍ୱ ପ୍ରସଙ୍ଗଟି ବାଦପଡ଼ିଛି । ପ୍ରଥମେ ମହାମାରୀ କାରଣରୁ ପରୀକ୍ଷାରେ ଏହି ବିଷୟ ପଡ଼ିବ ନାହିଁ ବୋଲି କୁହାଯାଇଥିଲା । କିନ୍ତୁ ପରେ ତାକୁ ସ୍ଥାୟୀ ଭାବେ ଉଠାଇ ଦିଆଯାଇଛି । କରୋନା ମହାମାରୀ ପରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ପିଲାଙ୍କ ଉପରୁ ଶିକ୍ଷାବୋଝ କମାଇବା ପାଇଁ ପାଠ୍ୟକ୍ରମରୁ କେତେକ ଅଂଶ ବାଦ ଦେବାକୁ ନିଷ୍ପତି ହୋଇଥିଲା । ଆଉ ଏବେ ବିବର୍ତ୍ତନ ତତ୍ୱକୁ ପୁରାପୁରି ଭାବେ ହଟାଇଦିଆଯାଇଛି । ଆଉ ଏହାକୁ ଶିକ୍ଷାବିତ ଓ ଐତିହାସିକ ନାପସନ୍ଦ କରିଛନ୍ତି

Advertisment

୨୦୧୮ରେ ଡାରୱିନଙ୍କ ବିବର୍ତନ ତତ୍ୱକୁ ଭୁଲ ବୋଲି କହିଥିଲେ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସିଂ । ବିଜ୍ଞାନ ବହିରୁ ତଥ୍ୟ ବଦଳାଇବାର ଆବଶ୍ୟକତା ଥିବା ସେ ଯୁକ୍ତି ବାଢିଥିଲେ । ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା

ଏବେ ଆସନ୍ତୁ ଦେଖିବା ଡାରୱିନଙ୍କ ବିବର୍ତ୍ତନ ତତ୍ତ୍ୱ କଣ ।
- ମଣିଷ ଜାତିର ପୂର୍ବଜ ମଣିଷ ଭଳି ଦେଖାଯାଉନଥିଲେ
- କୌଣସି ଏକ ଜୀବର ଅଭିବୃଦ୍ଧି ହୋଇ ମଣିଷ ହୋଇଛି
- ସୃଷ୍ଟି ଆରମ୍ଭରୁ ମଣିଷ ନଥିଲା
- ଜେଲିଫିସରୁ ଜୀବସତ୍ତା ସୃଷ୍ଟି ହେଲା
- ଏଥିରୁ ବିଭିନ୍ନ ପ୍ରକାର ଜୀବର ବିକାଶ ହୋଇଥିଲା
- ମାଙ୍କଡର କ୍ରମ ବିକାଶ ହୋଇ ମଣିଷ ତିଆରି ହୋଇଛି
- ଚାର୍ଲ୍ସ ଡାରୱିନ ୧୮୫୯ରେ ‘ଅରିଜିନ ଅଫ୍ ସ୍ପେସିଶ’ ପୁସ୍ତକ ପ୍ରକାଶ କରିଥିଲେ
- ଡାରୱିନ କହିଥିଲେ, ପଶୁ ଓ ମଣିଷ ସମାନ ବଂଶର
ତେବେ ବିଜ୍ଞାନ ପାଠ୍ୟକ୍ରମରୁ ବିବର୍ତ୍ତନ ତତ୍ତ୍ୱକୁ ହଟାଇବା ପଛରେ ରାଜନୀତି ନା ଅନ୍ୟ କିଛି ଉଦ୍ଦେଶ୍ୟ ଅଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏନସିଇଆରଟି ନିଷ୍ପତିକୁ ବିରୋଧ କରି ସାରା ଭାରତର ୧୮୦୦ରୁ ଅଧିକ ବୈ÷ଜ୍ଞାନିକ ଓ ଶିକ୍ଷାବିତ୍ ସମୂହ ଦସ୍ତଖତ କରି ଏକ ଖୋଲା ଚିଠି ଲେଖିଛନ୍ତି । ଚିଠିରେ ବହୁ ବିଶିଷ୍ଟ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ତଥା ବିଶିଷ୍ଟ ଶିକ୍ଷାବିତମାନେ ଦସ୍ତଖତ କରିଛନ୍ତି । ଏବେ ଅପେକ୍ଷା, ଏନସିଇଆରଟି ନିଷ୍ପତି ବଦଳାଉଛି କି ନାହିଁ ।