IAS/OAS ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ APTI PLUSର NCERT FOUNDATION COURSE

IAS/OAS ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ APTI PLUSର NCERT FOUNDATION COURSE

କନକ ବ୍ୟୁରୋ: ଭାରତୀୟ ତଥା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩-୨୪ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆପ୍ଟି ପଲସର NCERT FOUNDATION COURSE ଆରମ୍ଭ ହେବାକୁ ଯାଉଛି । NCERT ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଛାତ୍ରଛାତ୍ରୀମାନଙ୍କର ମୂଳଦୁଆ ସୁଦୃଢ଼ କରିବାରେ ସହାୟତା କରିଥାଏ । ବର୍ତ୍ତମାନ OPSC ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଶୈଳୀରେ ପରିବର୍ତ୍ତନ ଆସିଥିବା ହେତୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ପ୍ରସ୍ତୁତି କରିବାକୁ ହେବ । ଏହି ପରିବର୍ତ୍ତନ ଶୈଳୀକୁ ନେଇ ଆପ୍ଟି ପ୍ଲସ ଏକାଡେମୀ ତରଫରୁ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯିବା ସହ ଆବଶ୍ୟକୀୟ ସମସ୍ତ ପାଠ୍ୟପୁସ୍ତକ ମଧ୍ୟ ଯୋଗାଇଦିଆଯିବ। ଆପ୍ଟି ପ୍ଲସରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଟେଷ୍ଟ ସିରିଜ ଠାରୁ ଆରମ୍ଭ କରି ଶ୍ରେଣୀଗୃହ ପାଠ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି।

ଆପ୍ଟିପ୍ଲସର ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା ଯୋଗୁ ପ୍ରତିବର୍ଷ ସର୍ବାଧିକ ଛାତ୍ରଛାତ୍ରୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରୁଛନ୍ତି । ଓଏଏସ-2020ରେ ସର୍ବମୋଟ 305 ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବା ବେଳେ ପ୍ରଥମ, ଦ୍ୱିତୀୟ, ଚତୁର୍ଥ ସ୍ଥାନରେ ଆପ୍ଟି ପ୍ଲସର ଛାତ୍ରଛାତ୍ରୀ ରହିଥିଲେ । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା 2021ରେ ସର୍ବଭାରତୀୟ ସ୍ତରରେ 46ରୁ ଅଧିକ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe