ଘନଉଛି ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରିପାରେ ଏନସିବି; ଶ୍ରଦ୍ଧା କପୁର ଓ ସାରା ଅଲ୍ଲି ଖାନଙ୍କୁ ବି ହୋଇପାରେ ଜେରା

389

କନକ ବ୍ୟୁରୋ: ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବା ପରେ ଏବେ ସ୍କାନରରେ ଦୀପିକା ପାଦୁକୋନ୍ । ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ଦୀପିକା ପାଦୁକୋନଙ୍କୁ ଜେରା ପାଇଁ ସମନ କରିପାରେ ଏନସିବି । ତଦନ୍ତ ବେଳେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦୀପିକା ପାଦୁକୋନଙ୍କ ବାବଦରେ କିଛି ତଥ୍ୟ ପାଇଛି । ବଲିଉଡରେ ଡ୍ରଗ୍ସକୁ ନେଇ ଡି ଏବଂ କେ ମଧ୍ୟରେ ହୋଇଥିବା କିଛି ଚାଟ୍ ବାବଦରେ ଏନସିବି ଜାଣିବାକୁ ପାଇଛି । ଏହାପରେ ଡି ଅର୍ଥାତ୍ ଦିପୀକା ଏବଂ କେ ଅର୍ଥାତ୍ କରିଶ୍ମା ନାଁରେ ଚିହ୍ନଟ କରାଯାଇଛି ।

କ୍ୱାନ ଟେଲେଂଟ୍ ମ୍ୟାନେଜମେଂଟ ଏଜେନ୍ସିର କର୍ମଚାରୀ ହେଉଛନ୍ତି କରିଶ୍ମା । ସେପଟେ ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ବି ଏନସିବି ସମନ କରିପାରେ । ପୁଣେର ଏକ ଦ୍ୱୀପରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ସାରା ଏବଂ ଶ୍ରଦ୍ଧା କପୁର ବାରମ୍ବାର ପାର୍ଟି କରିଥିବା ସୂଚନା ମିଳିଛି ଏବଂ ଏହି ପାର୍ଟିରେ ସମସ୍ତେ ଡ୍ରଗ୍ସ ନେଇଥିବା ଏନସିବି ଜାଣିବାକୁ ପାଇଛି । ସେହିପରି ରକୁଲ ପ୍ରୀତ ସିଂହ ଓ ସିମନ ଖମ୍ବଟାଙ୍କ ଉପରେ ଝୁଲୁଛି ଖଣ୍ଡା । ଜେରା ବେଳେ ରିୟା ଏମାନଙ୍କ ନାଁ ପ୍ରକାଶ କରିଥିବା  ସୂଚନା ମିଳିଛି । ପଚରା ଉଚରା ପାଇଁ ଖୁବ ଶୀଘ୍ର ସମନ ପଠାଇପାରେ ଏନସିବି ।