ଶାହାରୁଖଙ୍କ ଘରେ ଏନସିବି ଟିମ୍ । ଅନ୍ୟପଟେ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଏନସିବିର ପଚରାଉଚୁରା ।

167

କନକ ବ୍ୟୁରୋ: ମୁମ୍ବାଇ ସ୍ଥିତ ଶାହାରୁଖଙ୍କ ଘର ମନ୍ନତରେ ପହଞ୍ଚିଥିଲା ଏନସିବି ଟିମ୍ । ହେଲେ କୌଣସି ପଚରରାଉଚୁରା ପାଇଁ ନୁହେଁ ବରଂ କିଛି ଦସ୍ତାବିଜ ଉପରେ ଶହାରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ହସ୍ତାକ୍ଷର ପାଇଁ ସେଠାକୁ ୨ଜଣ ଏନସିବି ଅଧିକାରୀ ଯାଇଥିଲେ । ତେବେ ଏନେଇ ଗଣାମାଧ୍ୟମର ପ୍ରଶ୍ନରେ ଏନସିବି ପକ୍ଷରୁ କିଛି ବିଶେଷ ଉତ୍ତର ମିଳିନଥିଲା ।
ବୁଧବାର ଆରୟନଙ୍କ ।ମିନ ଆବେଦନ ସେସନ୍ସ କୋର୍ଟରେ ତୃତୀୟ ଥର ପାଇଁ ଖାରଜ ହୋଇଯିବା ପରେ ଆଜି ପୁଅ ଆରୟନଙ୍କୁ ଭେଟିବାକୁ ଆର୍ଥର ରୋଡ ଜେଲକୁ ଯାଇଥିଲେ ଶାହାରୁଖ୍ ହେଲେ ବେଶି ସମୟ ପୁଅ ସହ କଥା ହୋଇପାରିନଥିଲେ । ଦୁଇ ଜଣଙ୍କ ମଧ୍ୟରେ ଥିବା କାଚ ଝରକା ପଟ ଦେଇ ପୁଅକୁ ଦେଖି ମାତ୍ର ୧୫ ମିଟ୍ କଥା ବାର୍ତ୍ତା ହେବା ପରେ ଫେରିଥିଲେ ଶାହାରୁଖ୍ । ଏହାପରେ ଅଚାନକ ଶାହାରୁଖଙ୍କ ଘରେ ଏନସିବି ପହଞ୍ଚିଛି । ହେଲେ କ’ଣ ପାଇଁ ପହଞ୍ଚିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ ଏନସିବିର ଏକ ଟିମ୍ ପହଞ୍ଚି ତାଙ୍କ ସହ ତାଙ୍କ ବାପା ତଥା ଅଭିନେତା ଚମକି ପାଣ୍ଡେଙ୍କୁ ପଚରାଉଚୁରା ଆରମ୍ଭ କରିଛନ୍ତି ଏନସିବି ଅଧିକାରୀ ।

ସୂଚନା ମୁତାବକ,  ବୁଧବାର ତୃତୀୟ ଥର ପାଇଁ ମଧ୍ୟ ଆରୟନଙ୍କ ବେଲ  ଖାରଜ କରିଛନ୍ତି କୋର୍ଟ । କାରଣ, ଏନଡିପିଏସ କୋର୍ଟ ପୁଣି ଥରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ଏବେ ଆରୟନ ଜାମିନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।

ଆରୟନ ଖାନଙ୍କୁ ଝଟକା ! ଡ୍ରଗ୍ସ ମାମଲାରେ ପୁଣି ଖାରଜ ହେଲା ବେଲ୍ । ପୁଣିଥରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଖାରଜ ହୋଇଛି । ମୁମ୍ବାଇ ଡ୍ରଗସ କ୍ରୁଜ ମାମଲାରେ ଗିରଫ ହେବା ପରେ ଆରୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ଆରୟନ ଖାନଙ୍କ ଗିରଫ ମାମଲାକୁ ନେଇ ରାଜନୀତି ତେଜୁଥିବାବେଳେ ଏପଟେ ଏନସିବି ଆରୟନଙ୍କୁ ନେଇ ଅନେକ ପ୍ରମାଣ କୋର୍ଟରେ ଦେଖାଇଛି । ଯାହା ଫଳରେ ପୁଣିଥରେ ଆରୟନ ଖାନଙ୍କ ଜାମିନ୍ ସେସନ୍ କୋର୍ଟ ଖାରଜ କରି ଦେଇଛନ୍ତି ।

 

ଏବେ ଆରୟନଙ୍କ ବେଲ ଆବେଦନ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ଶାହରୁଖ ଖାନ୍ ।