ବଲିଉଡ ସହ ଡ୍ରଗ୍ସ ଲିଙ୍କ ମାମଲା । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି । ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର,ରକୁଲପ୍ରୀତ ସିଂ ଓ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ

169

କନକ ବ୍ୟୁରୋ : ବଲିଉଡ ସହ ଡ୍ରଗ୍ସ ଲିଙ୍କ ମାମଲା । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି । ଦୀପିକାଙ୍କ ସହ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂ ଓ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ ହୋଇଛି । ଆସନ୍ତା ୩ ଦିନ ଭିତରେ ଡ୍ରଗ୍ସ ଲିଙ୍କ ନେଇ ପଚରା ଉଚରା କରିବ ଏନସିବି ।

ବଲିଉଡ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ୨୦୧୭ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍ରେ ଦୀପିକା କୋକୋ ରେଷ୍ଟୁରାଂଟ କଥା ଉଠାଇଥିଲେ ।

ଗଞ୍ଜେଇ ନେଇ କୋକୋ ରେଷ୍ଟୁରାଂଟରେ ପହଂଚିବାକୁ କହିଥିଲେ ବୋଲି ଡ୍ରଗ୍ସ ଚାଟ୍ରୁ ଜଣାପଡୁଛି । ତେଣୁ ୨୦୧୭ରେ ଦୀପିକା କୋକୋ ରେଷ୍ଟୁରାଂଟକୁ ଯିବା ସମୟର କିଛି ଫଟୋ ଏବେ ସ।।ମ୍ନାକୁ ଆସିଛି । କୁହାଯାଉଛି ୨୦୧୭ ଅକ୍ଟୋବର ୨୮/୨୯ ରାତିର ଏହି ଫଟୋ । କୁହାଯାଉଛି ସଂଜୟ ଲୀଲା ଭନସାଲିଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ପଦ୍ମାବତ ରିଲିଜ ସମୟର ଏହି ଫଟୋ । ଫିଲ୍ମ ହିଟ ହେଲେ ସକ୍ସେସ ପାର୍ଟି କରିଥାନ୍ତି ଫିଲ୍ମର କଳାକାର ।

ତେଣୁ ଅନୁମାନ କରାଯାଉଛି ପଦ୍ମାବତ ଫିଲ୍ମ ହିଟ ହେଲା ପରେ କୋକୋ ରେଷ୍ଟୁରାଂଟରେ ସକ୍ସେସ ପାର୍ଟି କରିଥାଇ ପାରନ୍ତି ଦୀପିକା ପାଦୁକୋନ । ଯେଉଁ ପାର୍ଟିରେ ନିଷିଦ୍ଧ ଗଞ୍ଜେଇ ଭଳି ଡ୍ରଗ୍ସ ସେବନ ପାଇଁ ସେ କରିଶ୍ମା ପ୍ରକାଶଙ୍କ ସହ ହ୍ୱାଟ୍ସଆପ ଚାଟରେ କଥା ହୋଇଛନ୍ତି । ଏହି ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ରାଡାରକୁ ଚାଲିଆସିଛନ୍ତି ଉଭୟ ଦୀପିକା ଓ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶ ।