୧୨ କୋଟି ଟଙ୍କାର ବ୍ୟାନ ମେଡିସିନ୍ ଜବତ କଲା ଏନସିବି । ୪ ବେପାରୀ ଗିରଫ, ୟୁରୋପ ପର୍ଯ୍ୟନ୍ତ ବ୍ୟାପିଛି ବ୍ୟବସାୟର ଚେର

164

କନକ ବ୍ୟୁରୋ : ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଉତ୍ତରପ୍ରଦେଶର ଆଗ୍ରାରୁ ବ୍ୟାନ ହୋଇଥିବା ମେଡିସିନର ଅବୈଦ୍ଧ କାରବାର କରୁଥିବା ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ କୋଟି ଟଙ୍କା ମୂଲ୍ୟର ବ୍ୟାନ ମେଡିସିନ ବି ଜବତ କରିଛି । ଏହି ମେଡିସିନଗୁଡିକୁ ଚୋରାରେ ବିଦେଶ ପଠାଯାଉଥିବା କଥା ଏନସିବି କହିଛି । ସବୁଠାରୁ ବଡକଥା ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ କିଣାଯାଇଛି ।

ଏନସିବିର ଉପ ନିର୍ଦ୍ଦେଶକ କେପିଏସ ମାଲହୋତ୍ରାଙ୍କ ସୂଚନା ମୁତାବକ ଆଗ୍ରା, ବାଲିଆ ଓ ଦିଲ୍ଲୀରେ ଚଢାଉ କରି ୪ ଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାମରେ ଅଭିଯୋଗ ରହିଛି କି ସେମାନେ ଭାରତ ସରକାରଙ୍କ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଥିବା ମେଡିସିନ୍ କିଣି ବେଆଇନ ଭାବେ ଆମେରିକା, ବ୍ରିଟେନ, ୟୁରୋପ ସମେତ ଅନେକ ଦେଶକୁ ଚୋରାରେ ଚାଲାଣ କରୁଛନ୍ତି । ଏନେଇ ହରିଦ୍ୱାରର ଏକ ମେଡିସିନ କମ୍ପାନୀ ଉପରେ ଛଢାଉ କରି ଏନସିବି ୩୦ ଲକ୍ଷରୁ ଅଧିକ ନିଶା ଔଷଧ ଓ ୭୦ ହଜାରରୁ ଅଧିକ କାଶ ଔଷଧ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ହେଲେ କୌଣସି ସୂତ୍ରରୁ ଚଢାଉ ହେଉଥିବାର ଖବର ପାଇଁ ମେଡିସିନ କମ୍ପାନୀର ମାଲିକ କେଉଁଆଡେ ଫେରାର୍ ହୋଇଯାଇଛି । ଏନସିବିର ସୂଚନା ମୁତାବକ ଦୀର୍ଘ ୩ ମାସର ପ୍ରଚେଷ୍ଟା ପରେ ଏହି ଅଭିଯାନକୁ ସଫଳତା ମିଳିଛି ।