ସୁଶାନ୍ତ ସିଂଙ୍କ ଫାର୍ମହାଉସ ଉପରେ ଏନସିବିର ଚଢାଉ । ସିସିଟିଭି ଓ ଡିଭିଆର ବି ହେବା ଜବତ

194

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଆଜି ମୃତ ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମହାଉସ ଉପରେ ଚଢାଉ କରିଛି ଏନସିବି । ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ କରାଯାଇଛି । ନିଶା ନେବା ସମୟରେ ବ୍ୟବହାର କରାଯାଉଥିବା ବହୁ ଜିନିଷ ଏଠାରୁ ମିଳିଥିବା ସୂଚନା ମିଳିଛି । ଏହାସହ ଏଠାରେ ଲାଗିଥିବା ସିସିଟିଭି ଓ ଡିଭିଆରକୁ ମଧ୍ୟ ଜବତ କରାଯାଇଛି । ଏଥିସହ ଫାର୍ମହାଉସରୁ କିଛି ଔଷଧ ମଧ୍ୟ ମିଳିଛି । ଅନ୍ୟପଟେ ଏନସିବି ରିଆଙ୍କ ମା ସନ୍ଧ୍ୟାଙ୍କ ଫୋନ ମଧ୍ୟ ପାଇଛି ।

ଏହି ଫୋନ ସାହାଯ୍ୟରେ ରିଆ ଡ୍ରଗ୍ସ କାରବାର ପାଇଁ ହ୍ୱାଟସଅଫ ଚାର୍ଟ କରୁଥିଲେ । ତେଣୁ ଏହି ଫୋନ ଜରିଆରେ ବହୁ ଗୁମର ଫିଟିବ ବୋଲି ଆଶା କରାଯାଉଛି । ତେବେ ସୁଶାନ୍ତଙ୍କ ଫାର୍ମ ହାଉସରୁ ନିଶା ନେବା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ମିଳିବା ପରେ ଏଠାରେ ଏହି ସବୁ ଜିନିଷ କିଏ ଆଣିଲା ଏବଂ ଏହାର ବ୍ୟବହାର କିଏ କରୁଥିଲା ସେନେଇ ତନାଘନା ଆରମ୍ଭ କରିଛି ଏନସିବି ।

Comments are closed.