ଏନସିବି ନଜରରେ ପ୍ରସିଦ୍ଧ କମେଡିଆନ ଭାରତୀ ସିଂ । ମୁମ୍ବାଇ ସ୍ଥିତ ବାସଭବନରେ ଏନସିବିର ଚଢାଉ

268

କନକ ବ୍ୟୁରୋ : ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ବା ଏନସିବି ପ୍ରସିଦ୍ଧ ମହିଳା କମେଡିଆନଙ୍କ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଶନିବାର ସକାଳ ଚଢାଉ କରିଥିବା ଜଣାପଡିଛି । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କ ବାସଭବନରେ ଏନସିବି ଚଢାଉ କରିଛି ।
ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଯାଂଚ କରୁ କରୁ ଏନସିବି ବଲିଉଡର ବହୁ କଳାକାରଙ୍କ ଘରେ ଏଭଳି ଚଢାଉ ଜାରି ରଖିଛି । ସୁଶାନ୍ତ ସିଂଙ୍କ ମୃତ୍ୟୁ ଡ୍ରଗ୍ସ ନେଉଥିବା କାରଣରୁ ହୋଇଥିଲା ବୋଲି ପ୍ରଥମେ ଅଭିଯୋଗ ଆସିଥିଲା । ଏହା ପରେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ସୁଶାନ୍ତଙ୍କ ପ୍ରେମିକା କୁହାଯାଉଥିବା ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇଙ୍କୁ ପ୍ରଥମେ ଗିରଫ୍ କରିଥିଲା । ଏହି କ୍ରମରେ ତଦନ୍ତ ଚାଲୁ ରଖିଥିବା ବେଳେ ଏହି ମାମଲାରେ ପଡିଥିଲେ ଅଭିନେତ୍ରୀ ଦୀପିକା ପାଦୁକନ୍‌, ଏହା ପରେ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବି ଏନସିବି ଜେରା କରିଛି ।
ଅନ୍ୟପଟେ କିଛି ଦିନର ବ୍ୟବଧାନ ପରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀଙ୍କ ବାସଭବନରେ ଚଢାଉ କରିଛି । ଏହି ଚଢାଉ ପରେ ପୁରା ବଲିଉଡ ଜଗତରେ କୋକୁଆଭୟ ଖେଳି ଯାଇଛି । ଏପଟେ ଦର୍ଶକଙ୍କୁ ଟିଭି ପରଦାରେ ହସାଇ ହସାଇ ବେଦମ୍ କରୁଥିବା ଭାରତୀ ଯେ ଡ୍ରଗ୍ସ ନିଅନ୍ତି ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକ ମାନେ ।