କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ନୂଆ ଚେହେରା । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଚଢାଉ, ହ୍ୱାଟସପ୍ ଚାଟକୁ ଆଧାର

243

କନକ ବ୍ୟୁରୋ : କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ପୁଣି ଏକ ନୂଆ ନାମ ଯୋଡି ହୋଇଛି । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ଚଢାଉ ଆରମ୍ଭ କରିଛି । ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ହ୍ୱାଟସପ୍ ଚାଟ୍ ରୁ ଅନନ୍ୟାଙ୍କ ବାବଦରେ କିଛି ସୁରାଗ ପାଇବା ପରେ ଏନସିବିର ଗୋଟିଏ ଟିମ୍ ଅନନ୍ୟାଙ୍କ ଘରେ ପହଂଚି ଚଢାଉ କରିଛି । ଅନ୍ୟପଟେ ଅନନ୍ୟାଙ୍କୁ ଏନସିବି ନୋଟିସ ବି କରିଛି । ମଧ୍ୟାହ୍ନ ୨ ଟାରେ ଏନସିବି ଦପ୍ତରରେ ପହଂଚିବାକୁ ନୋଟିସରେ ସିବିଆଇ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ଅନନ୍ୟାଙ୍କ ମୋବାଇଲକୁ ବି ଏନସିବି ଜବତ୍ କରିଛି ।

ଅନ୍ୟପଟେ ଆରୟନଙ୍କ ବାବଦରେ ଆଉକିଛି ତଥ୍ୟ ଯୋଗାଡ କରିବାକୁ ଏନସିବିର ଅନ୍ୟଏକ ଟିମ୍ ଆଜି ଶାହାରୁଖଙ୍କ ବଙ୍ଗଳା ମନ୍ମତ ଉପରେ ବି ଚଢାଉ କରିଛି । ଅନ୍ୟପଟେ ଏନସିବି ଆରୟନଙ୍କୁ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଆରୟନଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ସେପଟେ ଏହି ଆବେଦନ ବିରୋଧରେ ଏନସିବି ଜବାବ୍ ଦେବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି ।