ଡ୍ରଗ୍ସ ଖାଆନ୍ତି ଆରୟନ୍ । ଏନସିବି ଆଗରେ ମାନିଲେ ଆରୟନଙ୍କ ବନ୍ଧୁ

146

‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାର ଅଭିଯୁକ୍ତ ଆର୍‌ୟନ୍‌ ଖାନ୍‌ ‘ଚରସ୍‌’ ଖାଆନ୍ତି ଏବଂ ଜାହାଜରେ ଖାଇବା ଲାଗି ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ ସେଥିରୁ ୬ ଗ୍ରାମ୍‌ ରଖିଥିଲେ ବୋଲି ସ୍ୱୀକାର କରିଥିବା ‘ଏନ୍‌ସିବି’ ପଞ୍ଚନାମାରେ ଉଲ୍ଲେଖ ଥିବା କଥା ରିପୋର୍ଟ କରାଯାଇଛି । ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ ଓ ତଲାସ ବେଳେ ‘ଏନ୍‌ସିବି’ ଟିମ୍‌ ଏହି ପଞ୍ଚନାମା ବା ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଉକ୍ତ ପଞ୍ଚନାମା ଅନୁସାରେ, ‘ଏନ୍‌ସିବି’ ଅଧିକାରୀ ଆଶିଷ ପ୍ରସାଦ ସେମାନଙ୍କୁ ‘ଏନ୍‌ଡିପିଏସ୍‌ ଆକ୍ଟ୍‌’ର ଧାରା ୫୦ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ । ଗେଜେଟେଡ୍‌ ଅଫିସର୍‌ମାନଙ୍କ ସମ୍ମୁଖରେ ‘ଏନ୍‌ସିବି’ ଆର୍‌ୟନ୍‌ ଖାନ୍‌ ଏବଂ ଅର୍ବାଜ୍‌ ମର୍ଚାଣ୍ଟଙ୍କ ତଲାସି ନେବା କହିଥିଲେ ମଧ୍ୟ ଦୁହେଁ ମନା କରିଥିଲେ ।

ସେମାନଙ୍କ ନିକଟରେ କୌଣସି ଡ୍ରଗ୍‌ ଅଛି କି, ବୋଲି ପରେ ତଦନ୍ତକାରୀ ଅଧିକାରୀ ପଚାରନ୍ତେ, ତାଙ୍କ ଜୋତା ଭିତରେ ‘ଚରସ୍‌’ ଅଛି ବୋଲି ଅର୍ବାଜ୍‌ କହିଥିଲେ। ଏହାପରେ ସେ ଆପଣାଛାଏଁ ଜୋତାରୁ କଳା ଓ ଅଠାଳିଆ ପଦାର୍ଥ ଥିବା ‘ଜିପ୍‌ଲକ୍‌ ବ୍ୟାଗ୍‌’ ବାହାର କରିଥିଲେ। ‘ଡିଡି କିଟ୍‌’ରେ ପରୀକ୍ଷା କରିବା ତାହା ‘ଚରସ୍‌’ ବୋଲି ଜଣାପଡ଼ିଥିଲା। ତାଙ୍କ ପାଖରୁ ସମୁଦାୟ ୬ ଗ୍ରାମ୍‌ ‘ଚରସ୍‌’ ଉଦ୍ଧାର କରାଯାଇଛି। ଏହାଛଡ଼ା, ଆର୍‌ୟନ୍‌ଙ୍କ ସହ ମିଶି ସେ ଡ୍ରଗ୍‌ ଖାଆନ୍ତି ବୋଲି ଅର୍ବାଜ୍‌ ମର୍ଚାଣ୍ଟ୍‌ ‘ଏନ୍‌ସିବି’ ଅଧିକାରୀଙ୍କୁ କହିଥିଲେ।