ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ: କହିଲେ, ଏମିତି କଥା

538

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ ସମୀର ୱାଂଖଡେ । ଏନସିବି ଜୋନାଲ ନିର୍ଦ୍ଦେଶକ ୨ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ପିଛା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ସମୀର ୱାଂଖଡେ ଅଭିଯୋଗ ମଧ୍ୟ କରିଛନ୍ତି । ସମୀର ନିଜ ମାଙ୍କ ସମାଧୀସ୍ଥଳୀକୁ ଯାଇଥିବାବେଳେ ତାଙ୍କ ପଛରେ ଦୁଇଜଣ ପୁଲିସ କର୍ମୀ ସାଧା ପୋଷାକରେ ତାଙ୍କ ପିଛା କରିଥିଲେ ଓ ସେଠାକାର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଦୁଇ ପୁଲିସ କର୍ମୀ ୱାଶିୟାର ପୁଲିସ ଷ୍ଟେସନର । କିଛି ଦିନ ହେବ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଥିବା ସେ କହିଛନ୍ତି । ଏହି ସମୟରେ ଏନସିବି ଡେପୁଟି ଡିଜି ମୁଥା ଆଶୋକ ଜୈନ ମଧ୍ୟ ଉପସ୍ଥିତ ଥିଲେ । ସମୀର କହିଛନ୍ତି ଆଗକୁ ଅନେକ ଡ୍ରଗ୍ସ ରାକେଟର ସେ ତଦନ୍ତ କରିଛନ୍ତି କିନ୍ତୁ କେବେବି ଏପରି ସର୍ଭେଲାନ୍ସର ଶିକାର ହୋଇନଥିଲେ । କିନ୍ତୁ ଯେବେଠରୁ ଏହି ହାଇପ୍ରୋଫାଇଲା ତଦନ୍ତ ଆରମ୍ଭ କରିଛନ୍ତି ସେବେଠାରୁ ସେ ସର୍ଭିଲାନ୍ସର ଶିକାର ହୋଇଛନ୍ତି । ହାଇପ୍ରୋଫାଇଲ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ସମୀର ୱାନଖେଡେ ଓ ତାଙ୍କ ଟିମ ତଦନ୍ତ କରୁଛନ୍ତି ।