ଟଙ୍କା ଲୁଟିବାକୁ ଏନସିବି ଅଧିକାରୀ ସାଜିଥିଲେ ଦଲାଲ କେପି ଗୋସାବି: ଏସଆଇଟି ତଦନ୍ତର ବଡ ଖୁଲାସା

120

କନକ ବ୍ୟୁରୋ: ମୁମ୍ବାଇ ଡ୍ରଗସ କେସରେ ନୁଆ ଖୁଲାସା । ସାମନାକୁ ଆସିଲା ସାଂଘାତିକ ଷଡଯନ୍ତ୍ର । ଖୋଲୁଛି ଗୋଟିଏ ପରେ ଗୋଟିଏ ରହସ୍ୟ । ଏନସିବି ଅଫିସର ହୋଇ ଶାହାରୁଖଙ୍କ ମ୍ୟାନେଜର ଠାରୁ ଲୁଟିବାକୁ ଯୋଜନା ଚଳେଇଥିଲେ କେପି ଗୋସାବୀ । ମୁମ୍ବାଇ ପୋଲିସର ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ ଘଟଣାର କରି ବିଭିନ୍ନ ଖବର ସାମନାକୁ ଆଣୁଛନ୍ତି ।

ମୁମ୍ବାଇ ଡ୍ରଗସ କେସରେ କେପି ଗୋସାବୀ ହିଁ ପ୍ରଥମ ସାକ୍ଷୀ ଥିଲା । କିନ୍ତୁ ହଠାତ କୁଆଡେ ଗାୟବ ହୋଇଯାଇଥିଲେ ଗୋସାବୀ । ତେବେ କୁହାଯାଉଛି ଗୋସାବୀ ଏନସିବି ଅଫିସର ଭାବରେ ନିଜକୁ ଦର୍ଶାଇ ଶାହରୁଖ ଖାନଙ୍କ ମ୍ୟାନେଜର ପୁଜା ଦଦଲୀନୀଙ୍କ ଠାରୁ ବଡ ରକମର ଟଙ୍କା ଠକିବାକୁ ଯୋଜନା କରିଥିଲା ।

କିନ୍ତୁ ଆରୟନଙ୍କ ସହ ଉଠାଇଥିବା ସେଲଫି ହିଁ ପରେ କେପି ଗୋସାବୀଙ୍କ ପୋଲ ଖୋଲିଦେଇଥିଲା । ଆରୟନ ଖାନ କେସରେ ପ୍ରଥମରୁ ଏକ ଭାଇରାଲ ଭିଡିଓରେ କେପି ଗୋସୀବି ଆରୟନ ଖାନଙ୍କ ହାତ ଧରି ଭିଡିନେଇଯାଉଥିବା ଦେଖିବାକୁ ମିଳିଥିଲା । କେପି ଗୋସ୍ୱାମୀଙ୍କ ଠାରୁ ଆଗକୁ ଆଉ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।