ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରୁ ହଟିଲେ ସମୀର ୱାଙ୍ଖଡେ । ଆରୟନ ସମେତ ୫ କେସରୁ ହଟିଲେ ୱାଙ୍ଖଡେ । 

187

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆସିଲା ନୂଆ ମୋଡ । ଏନସିବି ଏହି ମାମଲାର ଯାଞ୍ଚରୁ ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କୁ ହଟେଇ ଦେଇଛି । ଏଥିସହିତ ସମୀର ୱାଙ୍ଖଡେଙ୍କୁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କେସରୁ ମଧ୍ୟ ହଟାଇ ଦିଆଯାଇଛି । ତାଙ୍କ ବିରୋଧରେ କିଛି ସାଂଘାତିକ ଅଭିଯୋଗ ଆସିବା ପରେ ଏପରି କରିଛି ଏନସିବି । ଆରୟନ ଖାନ୍ ଡ୍ରଗ୍ସ ମାମଲାରେ ସମୀର ୱାଙ୍ଖଡେଙ୍କ ବିରୋଧରେ ୮ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆସିଥିଲା । ଯାହାପରେ ଏହି ଏନସିବି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ । ତେବେ ଅନେକ ବାଦ ବିବାଦ ପରେ ଏବେ ସମୀର ୱାଙ୍ଖଡେଙ୍କୁ ଏହି କେସରୁ ହଟାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସମୀର ୱାଙ୍ଖଡେଙ୍କ ବଦଳରେ ଏବେ ଏହି କେସ୍ ଏନସିବି ଅଧିକାରୀ ସଂଜୟ ସିଂହ କରିବେ ।