ଡ୍ରଗ୍ସ ଲିଙ୍କ୍ ମାମଲାରେ ସିମୋନ ଖଂବାଟାକୁ ଏନସିବିର ପଚରାଉଚୁରା  : ଅଭିନେତ୍ରୀ ରକୁଲପ୍ରୀତଙ୍କ ସହ ଆଜି ଜେରା ସମ୍ଭାବନା କମ , ଓକିଲଙ୍କ ସହ ପରାମର୍ଶ କରୁଛନ୍ତି ଦୀପିକା; ଖୁବଶୀଘ୍ର ଗୋଆରୁ ଆସିବେ ମୁମ୍ୱାଇ  

ସେପଟେ  ଏନସିବିର ରାଡାରାରେ ବଲିଉଡର ପ୍ରଯୋଜକ ଓ ନିର୍ଦ୍ଦେଶକ 

93

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିର ସମନ ପରେ ଆଜି ଏନ୍ସିବିରେ ହାଜର ହେଲେ ସିମନ୍ ଖଂବାଟା । ରକୁଲ ପ୍ରୀତଙ୍କ ସମେତ ଫେସନ୍ ଡିଜାଇନର୍ ସିମନ୍ ଖଂବାଟାଙ୍କୁ ଗତକାଲି ସମନ୍ କରିଥିଲା ନରକୋଟିକ୍ସ ବ୍ୟୁରୋ । ସୁଶାନ୍ତ ସିଂ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କ ବୟାନ ପରେ ବଲିଉଡ୍ର ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିଥିଲା । ଏତିକି ବେଳେ ରିୟାଙ୍କ ଏକ ମୋବାଇଲ୍ ଚାଟ୍ ରୁ ସାମ୍ନାକୁ ଆସିଥିଲା ସିମନ୍ ଖଂବାଟାଙ୍କ ନାଁ । ରାଜଧାନୀରେ ଭଲ ଗଂଜେଇ ମିଳେ ବୋଲି ଏହି ଚାଟ୍ ପରେ ଜଣାପଡିଥିଲା । ସିମନ୍ ଖଂବାଟାଙ୍କ ଜରିଆରେ ରିୟା ଏହାକୁ ଭୁବନେଶ୍ୱରରୁ ମଗାଉଥିବା କଥା ସାମ୍ନାକୁ ଆସିଥିଲା ।

ଏବେ ସିମନ୍ ଖଂବାଟା ଏନସିବିର ହାଜର ହୋଇଛନ୍ତି । ତାଙ୍କ ଠାରୁ ଆଉ କିଛି ତଥ୍ୟ ବାହାର କରିବ ଏନସିବି । ରିୟାଙ୍କୁ ଜେରା ପରେ ଡ୍ରଗ୍ସ କାରବାର ନେଇ ଜଣେ ପରେ ଜଣେ ବଲିଉଡ ତାରକାଙ୍କ ନାଁ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ସାଉଥ୍ ସୁପରଷ୍ଟାର ରକୁଲପ୍ରୀତ ସିଂଙ୍କୁ ମିଳିଛି ଏନସିବିର ସମନ୍ । ଖୁବଶୀଘ୍ର ସେ ଏନସିବିରେ ହାଜର ହେବା ନେଇ ସୂଚନା ରହିଛି । ଏଥିପାଇଁ ରକୁଲ ପ୍ରୀତ୍ ମୁମ୍ୱାଇରେ ପହଁଚି ସାରିଛନ୍ତି । ସେପଟେ ଆସନ୍ତାକାଲି ଏନ୍ସିବିରେ ହାଜର ହେବେ ବଲିଉଡ୍ର ସବୁଠାରୁ ଚର୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ଡ୍ରଗ୍ସ ଚାର୍ଟ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ୨୦୧୭ର ଏକ କଥିତ ଡ୍ରଗ୍ସ ପାଟିର ଭିଡିଓ ଦୀପିକା ପାଦୁକୋନଙ୍କୁ ଅଡୁଆରେ ଛନ୍ଦି ଦେଇଛି । ଏହାକୁ ଆଧାର କରି ଗତକାଲି ଦୀପିକା ପାଦୁକୋନଙ୍କୁ ସମନ୍ କରିଛି ନାରକୋଟିକ୍ କଂଟ୍ରୋଲ ବ୍ୟୁରୋ ।

ଦୀପିକାଙ୍କ ସହ ସାରା ଅଲ୍ଲି ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ୭ ଜଣଙ୍କୁ ସମନ୍ କରିଛି ଏନ୍ସିବି । ଆସନ୍ତାକାଲି ଦୀପିକା ପାଦୁକୋନ ଏବଂ ୨୬ ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ସମନ୍ କରାଯାଇଛି । ବଡ଼ କଥା ହେଉଛି ବଲିଉଡ ଡ୍ରଗ୍ସ କନକ୍ସେନ୍ ମାମଲାରେ ବର୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଏହି ଘଟଣାରେ ଆଜି ମୁମ୍ୱାଇରେ କିଛି ଟିଭି କଳାକାରଙ୍କ ଘରେ ମଧ୍ୟ ବଡଧରଣର ଚଢାଉ ଚାଲିଥିବା ସୂଚନା ମିଳିଛିା