ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି । ସାରାଙ୍କୁ ୫, ଶ୍ରଦ୍ଧାଙ୍କୁ ୬ ଘଣ୍ଟା କଲା ଜେରା । ପ୍ରଥମେ ଦୀପିକାଙ୍କୁ ସାଢେ ୫ ଘଣ୍ଟା ହୋଇଥିଲା ଜେରା ।

248

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀଙ୍କ ନିଦ ହଜାଇ ଦେଇଛି ଏନସିବି । ଆଜି ସାରା ଅଲ୍ଲୀ ଖାନଙ୍କୁ ୫ ଘଣ୍ଟା ଜେରା ହୋଇଥିବା ବେଳେ ଶ୍ରଦ୍ଧା କପୁରଙ୍କୁ ୬ ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏହା ପୂର୍ବରୁ ଦୀପିକା ପାଦୁକୋନଙ୍କୁ ସାଢେ ୫ ଘଣ୍ଟା ଧରି ଜେରା କରାଯାଇଥିଲା । ତେବେ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା ।

ପ୍ରଥମେ ଦୀପିକାଙ୍କୁ ଡ୍ରଗ୍ସ ମାମଲାରେ ଜେରା କରାଯାଇଥିଲା । ଡ୍ରଗ୍ସ ଚାଟ ନେଇ ପ୍ରଶ୍ନ ପଚାରିବା ପରେ ସତ ମାନିଥିଲେ ଦୀପିକା । କରିସ୍ମାଙ୍କ ସହ ଡ୍ରଗ୍ସ ଚାଟ କରିଥିବା ସେ କହିଥିଲେ । ୨୦୧୭ରେ ହେସ୍ ଯୋଗାଇ ଦେବାକୁ କରିସ୍ମାକୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବାକୁ କହିଥିଲେ । ପଦ୍ମାବତ ଫିଲ୍ମ ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଡ୍ରଗ୍ସ ପାର୍ଟି ।

ଏହାସହ ଆଜି ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ଜେରା କରିଥିଲା । ହେଲେ ଶ୍ରଦ୍ଧା ଡ୍ରଗ୍ସ ନେଇନଥିବା ଅସ୍ୱିକାର କରିଛନ୍ତି । ସେ ପାର୍ଟିକୁ ଯାଇଥିଲେ ହେଲେ ଡ୍ରଗ୍ସ ନେଇନଥିଲେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସାରା ଅଲ୍ଲୀ ଖାନଙ୍କୁ ମଧ୍ୟ ମାରାଥନ ଜେରା କରିଥିଲା ଏନିସିବି ।

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ଆଜି ସବୁ ଅଭିନେତ୍ରୀ ଏନସିବିରେ ହାଜର ହୋଇଥିଲେ ।