କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଫାଇଲ କଲା ଚାର୍ଜସିଟ, ଆରୟନଙ୍କୁ କ୍ଲିନଚିଟ୍

270

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ କ୍ଲିନଚିଟ୍ ମିଳିଛି । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଏହି ମାମଲାରେ ଦାଖଲ କରିଥିବା ଚାର୍ଜସିଟରେ ଆରୟନଙ୍କ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦିଆଯାଇଛି । କହିରଖୁ କି ଏନସିବି ତରଫରୁ ଏହି ମାମଲାରେ ଆରୟନ ସମେତ ୧୯ ଜଣଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିଥିଲା । ଏନସିବି ତରଫରୁ ଗତବର୍ଷ ଅକ୍ଟୋବର ୩ ତାରିଖରେ ଆରୟନଙ୍କୁ ମୁମ୍ବାଇ ସମୁଦ୍ର ଭିତରୁ ଏକ କ୍ରୁଜ ଜାହଜରୁ ଗିରଫ କରିଥିଲେ । ହେଲେ କିଛିଦିନ ପରେ ତାଙ୍କୁ ଜାମିନ ମଳିଯାଇଥିଲା । ଏହି ମାମଲାରେ ଏନସିବି ତରଫରୁ ଆରୟନଙ୍କ ସମେତ ମୋଟ ୧୯ ଜଣଙ୍କ ଅଭିଯୁକ୍ତ ବନାଇଥିଲା । ହେଲେ ଏସଆଇଟିକୁ ଆରୟନ ସମେତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଠୋସ୍ ପ୍ରମାଣ ନମିଳିବାରୁ ଚାର୍ଜସିଟରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । ଏହି ତାଲିକାରେ ଆରୟନ ଖାନଙ୍କ ବ୍ୟତୀତ ଅବିନ ସାହ. ଗୋପାଲ ଜୀ ଆନନ୍ଦ, ସମୀର ସାଇଗନ, ଭାସ୍କର ରୋଡା ଓ ମାନବ ସିଂଘଲ ସାମିଲ ।

ଏନେଇ ସେତେବେଳେ ଏନସିବିର ଡିଡିଜି ସଂଜୟ କୁମାର ସିଂ କହିଥିଲେ କି ଆରୟନ ଓ ମୋହକଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ନିଶାଦ୍ରର୍ବ୍ୟ ମିଳିଛି । ହେଲେ ଆଜିର ଚାର୍ଜସିଟ ଦାଖଲ କରିବା ପରେ ଜଣେ ଏନସିବି ଅଧିକାରୀ କହିଛନ୍ତି କି, ୧୪ ଜଣଙ୍କ ଉପରେ ଏନଡିପିଏସ ନିୟମ ଆଧାରରେ ମାମଲା ରୁଜୁ କରାଯାଇଛି । ବାକି ୬ ଜଣ ଲୋକଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନଙ୍କୁ କ୍ଲିନଚିଟ୍ ଦିଆଯାଇଛି ।