କନକ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂପୃକ୍ତି ନେଇ ଯାଂଚ କରୁଥିବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ଏନଡିପିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଏନସିବି ଦାଖଲ କରିଥିବା ଏହି ୩୦ ହଜାର ପୃଷ୍ଟାର ଚାର୍ଜସିଟରେ ଦିପୀକା ପାଦୋକନ୍, ସାରାଅଲ୍ଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କ ବୟାନ ବି ଯୋଡା ହୋଇଛି । ଚାର୍ଜସିଟରେ ୫ ଜଣ ଅଭିଯୁକ୍ତ ଫେରାର୍ ଥିବା କଥା ବି କୁହାଯାଇଛି । ଏହାସହ ଚାର୍ଜସିଟ୍ ମୁତାବକ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନେଇଛି ଏନସିବି ।
ଜବତ୍ ହୋଇଥିବା ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଚାର୍ଜସିଟ୍ ସହ ୫୦ ହଜାର ପୃଷ୍ଟାର ଡିଜିଟାଲ ପ୍ରମାଣ ବି ଯୋଡା ଯାଇଛି । ଚାର୍ଜସିଟ୍ରେ ପାଖା ପାଖି ୨୦୦ ସାକ୍ଷୀଙ୍କ ବୟାନ ରହିଛି ।
Mumbai: Narcotics Control Bureau files charge sheet in Sushant Singh Rajput related drug case in Special NDPS court
Chargesheet names 33 accused & statements of 200 witnesses. More than 12,000 pages in hard copy &about 50,000 pages in digital format submitted in court today: NCB
— ANI (@ANI) March 5, 2021
ଏହି ମାମଲାରେ ମୋଟ ୩୮ ଜଣ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଫେରାର୍ ଅଛନ୍ତି । ଅନ୍ୟ ୩୩ ଜଣଙ୍କୁ ଗିରଫ୍ କରିସାରିଛି ଏନସିବି । ଗିରଫ୍ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଛାଡି ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତଙ୍କ ସହ ଅନେକ ଡ୍ରଗ୍ସ ବ୍ୟବସାୟର ସାମିଲ ଅଛନ୍ତି ।
ସୂଚନା ଥାଉକି, ୨୦୨୦ ମସିହା ଜୁନମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ଶବ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା । ଏନେଇ ହତ୍ୟା ଅଭିଯୋଗ ଆଣିଥିଲେ ସୁଶାନ୍ତଙ୍କ ବାପା । ଏହାପରେ ଏହି ମାମଲାର ଯାଂଚ ବିହାର ପୋଲିସ, ସିବିଆଇ, ଇଡି, ଓ ଏନସିବି ଦ୍ୱାରା କରାଯାଇଥିଲା । ହେଲେ ୯ ମାସ ପରେ ଏହା ସ୍ପଷ୍ଟ ହୋଇପାରିଲା ନାହିଁ କି, ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ।