କନକ ବ୍ୟୁରୋ : ମହାରାଷ୍ଟ୍ରର ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ ପୁଣି ଥରେ ମୁମ୍ବାଇ ଏନସିବି ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତିା ସମୀରଙ୍କ ନେତୃତ୍ୱାଧୀନ ଏନସିବି ଟିମ୍ ୨୬ଟି ନକଲି ଡ୍ରଗ୍ସ କେସ ମାମଲା ରୁଜୁ କରିଛି ନବାବ ମଲିକ ଦାବି କରିଛନ୍ତିା ସମୀରଙ୍କର ଏକ ୧୨ ଜଣିଆ ଟିମ୍ ରହିଛିା ଯେଉଁମାନେ ନଜର ରଖୁଛନ୍ତି କେଉଁଠି ରେଡ୍ ହେବ । ଛୋଟିଆ ପରିମାଣର ଡ୍ରଗ୍ସ ମିଳିଲେ ତାକୁ ବଢାଇ ଚଢାଇ ଅଧିକ ବୋଲି କହୁଛନ୍ତି ବୋଲି ନବାବ ଦାବି କରିଛନ୍ତି ।
ସେହିପରି ମୁମ୍ବାଇ ପୁଲିସ ସମୀରଙ୍କ ବିରୋଧରେ ଆସିଥିବା ୬ଟି ମାମଲାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ସେହିପରି ସମୀରଙ୍କ ବିରୋଧରେ ଏନସିବିର ଭିଜିଲାନ୍ସ ଟିମ୍ ତଦନ୍ତ ଆରମ୍ଭ କରିଛି । ଏନସିବିର ଭିଜିଲାନ୍ସ ବିଭାଗ ଆଜି ମୁମ୍ବାଇ ଯାଇ ସମୀରଙ୍କୁ ପଚରା ଉଚରା କରିବ ବୋଲି ଜଣାପଡିଛି । ଡ୍ରଗ୍ସ ମାମଲାର ତଦନ୍ତ କରିବା ବେଳେ ସମୀର ୨୫ କୋଟି ଟଂକାର ଲାଂଚ ମାଗିଥିବା ଅଭିଯୋଗ ରହିଛି ।
Follow Us