ଏନସିବି କୋର୍ଟରେ କମେଡିଆନ ଦଂପତି: କୋର୍ଟରେ ହାଜର ହେଲେ କମେଡି କୁଇନ ଭାରତୀ ସିଂଙ୍କ ତାଙ୍କ ସ୍ୱାମୀ ହର୍ଷ; ଡ୍ରଗ୍ସ ମାମଲାରେ ଗିରଫ କରିଛି ନାର୍କୋଟିକ୍ସ କଟ୍ରୋଂଲ ବ୍ୟୁରୋ

ଗଞ୍ଜେଇ ନେଉଥିବା କଥାକୁ କରିଥିଲେ ସ୍ୱୀକାର: ମୁମ୍ବାଇ କିଲ୍ଲା କୋର୍ଟରେ ଦୁହିଁଙ୍କୁ କରାଗଲା ହାଜର

385

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ କମେଡ଼ିଆନ୍ ଭାରତି ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରିଛି ଏନସିବି । ମୁମ୍ବାଇ କିଲ୍ଲା କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଂଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ସେମାନେ ଡ୍ରଗ୍ନ ନେଉଥିବା କଥାକୁ ସ୍ୱୀକାର କରିଥିଲେ । ଭାରତି ଏବଂ ହର୍ଷଙ୍କ ଘରେ ଶନିବାର ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା ।

ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତି ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିଲେ । ଭାରତୀଙ୍କ ଘରୁ ଗଂଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ସମନ ପଠାଇଥିଲା ଏନସିବି । ଏହାପରେ ଶନିବାରେ ଭାରତୀଙ୍କୁ ୪ଘଂଟା ଧରି ପଚରା ଉଚରା ପରେ ପୋଲିସ ଗିରଫ କରିଛି । ଗତକାଲି ଭାରତୀଙ୍କୁ ଗିରଫ ପରେ ତାଙ୍କୁ ରାତିସାରା ଏନସିବି ଦପ୍ତରରେ ରହିବାକୁ ପଡ଼ିଛି । ଭାରତୀଙ୍କ ମା’ ତାଙ୍କୁ ଦେଖାକରିବା ପାଇଁ ଏନସିବିରେ ପହଂଚିଥିଲେ ମଧ୍ୟ ତାଙ୍କୁ ଭାରତୀଙ୍କ ସହ ଭେଟିବାକୁ ଦିଆଯାଇନଥିବା ଜଣାପଡ଼ିଛି ।

Comments are closed.