ଥାନା ଭିତରେ ଖାକିର ବର୍ବରତା : ନୟାପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ ଅଭିଯୋଗ, ଭିଡିଓ ଭାଇରାଲ

ଥାନା ଭିତରେ ଖାକିର ବର୍ବରତା : ନୟାପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ ଅଭିଯୋଗ, ଭିଡିଓ ଭାଇରାଲ

source : virakesari.lk

କନକ ବ୍ୟୁରୋ : ନିମାପଡାରେ ବୃଦ୍ଧାଙ୍କୁ ମାଡ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦୁଇ ଭଇଣୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏ ନେଇ ଦୁଇ ଭଉଣୀ ଅଭଯୋଗ କରିଛନ୍ତି ।

ଖବର ଅନୁସାରେ, ନୟାପଲ୍ଲୀ ବେହେରା ସାହିର ଜମିବାଡ଼ି ସମସ୍ୟାକୁ ନେଇ ଦୁଇ ଭଇଣୀଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସେପଟେ ପୋଲିସ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛି । ତେବେ ଏ ନେଇ ଅଭିଯୋଗ ପାଇବା ପରେ ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe