କନକ ବ୍ୟୁରୋ : ନିମାପଡାରେ ବୃଦ୍ଧାଙ୍କୁ ମାଡ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଦୁଇ ଭଇଣୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏ ନେଇ ଦୁଇ ଭଉଣୀ ଅଭଯୋଗ କରିଛନ୍ତି ।
ଖବର ଅନୁସାରେ, ନୟାପଲ୍ଲୀ ବେହେରା ସାହିର ଜମିବାଡ଼ି ସମସ୍ୟାକୁ ନେଇ ଦୁଇ ଭଇଣୀଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସେପଟେ ପୋଲିସ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛି । ତେବେ ଏ ନେଇ ଅଭିଯୋଗ ପାଇବା ପରେ ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/police_brutality_clip_art_15523.jpg)