କନକ ବ୍ୟୁରୋ: ବିବାହର ମାତ୍ର ୪ ମାସ ପରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ସାଉଥ୍ ଅଭିନେତ୍ରୀ ନୟନତାରା । ନୟନତାରା ଓ ସ୍ୱାମୀ ବିଗ୍ନେଶ ଶିବନଙ୍କ ଘରକୁ ଆସିଛନ୍ତି ଯମଜ ପୁତ୍ର ସନ୍ତାନ । ଏହି ଖୁସି ଖବରକୁ ସେୟାର କରିଛନ୍ତି ବିଗ୍ନେଶ ।

Advertisment

ବିଗ୍ନେଶ, ନୟନତାରାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ସେମାନଙ୍କ ଯାଆଁଳାଙ୍କ ପାଦକୁ ଗେଲ କରୁଥିବାବେଳେ ପିଲାମାନଙ୍କର ଚେହେରା ପ୍ରକାଶ କରିନାହାଁନ୍ତି। କେବଳ ତାଙ୍କର ଛୋଟ ପାଦ ଦେଖାଯାଉଛି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଦେଇଛନ୍ତି। ବିଗ୍ନେଶ କ୍ୟାପସନରେ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା-ଆପା ହୋଇଗଲୁ। ‘ଆମର ଯାଆଁଳା ଶିଶୁ ହୋଛି। ଆମର ସମସ୍ତ ପ୍ରାର୍ଥନା, ପିତୃପୁରୁଷଙ୍କ ଆଶୀର୍ବାଦ ସହିତ, ଆମେ ଉଭୟ ପିଲାଙ୍କୁ ସୁସ୍ଥ ରୂପରେ ପାଇଛୁ । ଉଇର ଏବଂ ଉଲଗମ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ।

ନୟନତାରା ଏବଂ ବିଗ୍ନେଶ ପରସ୍ପରକୁ ବହୁ ବର୍ଷ ଧରି ଡେଟ୍ କରିଥିଲେ । ଡେଟ୍‌ ପରେ ଦୁହେଁ ଚେନ୍ନାଇରେ ବିବାହ କରିଥିଲେ। ଦୁହିଁଙ୍କ ବିବାହର ଡକ୍ୟୁମେଣ୍ଟାରୀ ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।