କନକ ବ୍ୟୁରାେ: ପରୀ ହତ୍ୟା ଘଟଣା ପରେ ପୁଣି ନୟାଗଡରେ ଶିଶୁକନ୍ୟା ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ ରହିଛି । ହେଲେ ଏହାରି ଭିତରେ ନୟାଗଡ ଏସପି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଷ୍କର୍ମ ଉଦ୍ଦେଶ୍ୟରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି । ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ରଶିରେ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।
ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆ ଗାଁ ପଂଚାୟତରେ କୁନି ଝିଅ ବେବି ଗାଁ ଦାଣ୍ଡରେ୍ ଖେଳୁଥିଲା । ହେଲେ ହଠାତ୍ ତାର ଆଉ କିଛି ପତା ମିଳିଲା ନାହିଁ । ବାପା ମାଆ ଖୋଜାଖୋଜି କରି ନପାଇବା ପରେ ଗତ ୧୩ ତାରିଖରେ୍ ଏଫଆଇଆର ଦେଇଥିଲେ । ଏହାପରେ ପୁଲିସ ଏକ ଟିମ ପଠାଇ ଗାଁରେ ଖୋଜାଖୋଜି କରିଥିଲା । ଗାଁର ଦୁଇ ଜଣ ପିଲାଙ୍କ ସହାୟତାରେ ପୁଲିସ ଗାଁ ମୁଣ୍ଡର ଏକ ନିଛାଟିଆ ଜାଗାରେ ବେବିର ମୃତଦେହ ପାଇଥିଲା ।
ନୟାଗଡ: ଶିଶୁକନ୍ୟା ହତ୍ୟା ଘଟଣାରେ ଏସପିଙ୍କ ସୂଚନା । ଦୁଷ୍କର୍ମ ପରେ ଶିଶୁକନ୍ୟାକୁ କରାଯାଇଛି ହତ୍ୟା । ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ରଶିରେ ତଣ୍ଟିଚିପି ହତ୍ୟା କରାଯାଇଛି । ଦୁଷ୍କର୍ମ ଉଦ୍ଦେଶ୍ୟରେ ଶିଶୁକନ୍ୟାକୁ ଉଠାଇ ନେଇଥିଲା ଅଭିଯୁକ୍ତ । @spnayagarh #KanakNews pic.twitter.com/sK6a8qKQQ4
— Kanak News (@kanak_news) June 17, 2021