ଛତିଶଗଡରେ ଆତ୍ମସମର୍ପଣ କଲା ନୟାଗଡ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ । ଗରିଲା ଯୁଦ୍ଧ ପାଇଁ ମାଓବାଦୀଙ୍କୁ ଦେଉଥିଲେ ତାଲିମ, ୨୦୦୯ରେ ହୋଇଥିଲା ଲୁଟ୍

198

କନକ ବ୍ୟୁରୋ: ଛତିଶଗଡ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ନୟାଗଡ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ସୋନୁ ଓରଫ ଡାକ୍ତର ପ୍ରଶାନ୍ତ । ୨୦୦୯ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସୋନୁ ସକ୍ରିୟ ଥିଲେ । ଉଭୟ ଛତିଶଗଡ ଓ ଓଡିଶାରେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସୋନୁ ପ୍ରାୟ ୧୨ଟି ହତ୍ୟାକାଣ୍ଡରେ ସଂପୃକ୍ତି ଥିବାନେଇ ପୁଲିସ ନିକଟରେ ସୂଚନା ଦେଇଛନ୍ତି ।

ମାଓ ସଂଗଠନରେ ସେ ଡାକ୍ତର ଭାବେ ଅସୁସ୍ଥ କିମ୍ବା ଅହତ ମାଓବାଦୀଙ୍କୁ ଚିକିତ୍ସା କରୁଥିବାର ଜଣାପଡିଛି । ମାଓବାଦୀଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦେଉଥିଲେ ସୋନୁ । ଏବେ ମାଓ ସଂଗଠନରୁ ମୁହଁ ଫେରାଇ ଗତକାଲି ଛତିଶଗଡ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ନୟାଗଡ ଅସ୍ତ୍ରାଗାର ଲୁଟ ସମୟରେ ଓଡିଶ।। କେକେବିଏନ ମାଓ ସଂଗଠନରେ ଡିଭିଜିନାଲ କମିଟିରେ ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ ସୋନୁ ।