ଦୀର୍ଘଦିନର ଦାବି ହେବ ପୂରଣ । ଆଜିଠୁ ଗଡିବ ଭୁବନେଶ୍ୱର-ନୟାଗଡ ସେବା ଏକ୍ସପ୍ରେସ

ନୂଆଦିଲ୍ଲୀରୁ ଭିଡିଓ କନଫେରନ୍ସି ଜରିଆରେ ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ

311

କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱରରୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ ଟ୍ରେନ । ନୂଆ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଶୁଭାରମ୍ଭ କରିବେ । ଓଡିଶା ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ । ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଏପଟେ ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷିମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର, ଅପରାଜିତ ଷଡଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିବେ ।

ଅପରାହ୍ନ ୧ଟା ୩୦ ସମୟରେ ଭୁବନେଶ୍ୱରରୁ ନୟାଗଡକୁ ଯାତ୍ରା କରିବ । ତେବେ ଆସନ୍ତାକାଲି ଠାରୁ ସଂଧ୍ୟା ୬ଟା ୪୦ ମିନିଟରେ ଭୁବନେଶ୍ୱରରୁ ବାହାରି ରାତି ୮ଟା ୪୫ ମିନିଟରେ ନୟାଗଡ ପହଂଚିବ । ସେହିପରି ନୟାଗଡରୁ ସକାଳ ୬ଟା ୩୦ ମିନିଟରେ ବାହାରି ଭୁବନେଶ୍ୱରରେ ସକାଳ ୯ଟା ପହଂଚିବ ବୋଲି ସୂଚନା ମିଳିଛି ।