ପରୀ ପାଇଁ ଦିଲ୍ଲୀ ଏନସିପିସିଆରରେ ହାଜର ହେଲେ ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ରଖିଲେ ମତ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ

164

କନକ ବ୍ୟୁରୋ : ପରୀ ହତ୍ୟା ମାମଲା । ଏହି ମାମଲାରେ ଦିଲ୍ଲୀ ଏନସିପିସିଆରରେ ହାଜର ହୋଇଛନ୍ତି ନୟାଗଡ ଏସପି ଓ ଜିଲ୍ଲାପାଳ । ଭିଡିଓ କନଫରେନ୍ସିରେ ହାଜର ହୋଇ ଆଜି ଦିଲ୍ଲୀ ଏମସିପିସିଆରରେ ଆଜି ମତ ରଖିଛନ୍ତି ଜିଲ୍ଲାପାଳ ଓ ଏସପି । ଏହି ମାମଲାରେ ଏବେ ଏସଆଇଟି କରୁଛି ଅଧିକ ଖୋଳତାଡ । ପରୀର ହାଡରୁ ସୁରାକ୍ ଖୋଜିବାକୁ ଚାଲିଛି ଉଦ୍ୟମ ।

ସେପଟେ ପରୀ ପାଇଁ ରାଜନୀତି ଜୋର ଧରିଛି । ଆସନ୍ତା ୨୧ ତାରିଖରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରା କରିବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ବାହାରି ନୟାଗଡର ଯଦୁପୁର ଯିବ । ଏହାପୂର୍ବରୁ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ପଦଯାତ୍ରା ହେବ । ସେପଟେ ପରୀ ପାଇଁ ବିଜେପିର ପଦଯାତ୍ରାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଏହାଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ ଓ ପରୀକୁ ନ୍ୟାୟ ମିଳିବ । କଂଗ୍ରେସ ବି ଆନ୍ଦୋଳନକୁ ଜୋରଦାର କରିବ ବୋଲି କହିଛନ୍ତି ପ୍ରଦୀପ ମାଝି ।